ନୂଆଦିଲ୍ଲୀ,୩୦।୩: ପେମେଣ୍ଟ ଭିଜନ୍ ୨୦୨୮ ଅନୁସାରେ କେନ୍ଦ୍ର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗ୍ରାହକଙ୍କୁ ଅଧିକ ଉନ୍ନତମାନର ସର୍ଭିସ ଯୋଗାଇ ଦେବା ପାଇଁ ବଡ଼ ଯୋଜନା କରୁଛି। ଏବେ ବ୍ୟାଙ୍କ ଆକାଉଣ୍ଟକୁ ଅନ୍ୟ ବ୍ୟାଙ୍କରେ ସ୍ବିଚ୍ କରିବା ମୋବାଇଲ ନେଟଓ୍ବର୍କ ପୋର୍ଟବିଲିଟି ଅନୁସାରେ ହେବ। ଏହା ବ୍ୟତୀତ, ଆରବିଆଇର ଫୋକସ୍ ଫ୍ରଡରୁ ସୁରକ୍ଷା ସୁନିଶ୍ଚିତ କରିବା ରହିବ। ସୀମାପାର ପେମେଣ୍ଟ ଫ୍ରେମଓ୍ବାର୍କର କାର୍ଯ୍ୟକ୍ଷମତାକୁ ଭଲ କରିବା ଉପରେ ବି ଚେଷ୍ଟା କରାଯାଉଛି।
ଆରବିଆଇ ‘ପେମେଣ୍ଟସ୍ ସ୍ବିଚିଂ ସର୍ଭିସ’ ନାମକ ଏକ ନୂଆ ସିଷ୍ଟମ ବିକଶିତ କରାଯାଉଛି। ଏହି ପ୍ଲାଟଫର୍ମ ଏକ ସେଣ୍ଟ୍ରାଲ ହବ୍ ଅନୁସାରେ କାମ କରିବ। ସେଠାରେ ଗ୍ରାହକଙ୍କୁ ନିଜର ସବୁ ପେମେଣ୍ଟ ଗୋଟିଏ ସ୍ଥିତିରେ ଦେଖିପାରିବେ ଓ ନିୟନ୍ତ୍ରଣ କରିପାରିବେ। ଏହା ସହିତ ସେମାନେ ଏହି ନିର୍ଦେଶକୁ ସହଜରେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଟ୍ରାନ୍ସଫର କରିପାରିବେ। କହିବାର ଅର୍ଥ ଯେ, ଗ୍ରାହକ ସହଜରେ ବ୍ୟାଙ୍କ ଆକାଉଣ୍ଟ ପୋର୍ଟିବିଲିଟି କରିପାରିବେ। ଏହା ଠିକ୍ ସେଭଳି ହେବ ଯେଉଁଭଳି ମୋବାଇଲ ନମ୍ବର ନବଦଳାଇ ନେଟଓ୍ବର୍କ ବଦଳା ଯାଏ। ଏବେ ସେଭଳି ଗ୍ରାହକ ବିନା ଆର୍ଥିକ ବାଧାରେ ବ୍ୟାଙ୍କ ବଦଳାଇ ପାରିବେ।
ବର୍ତ୍ତମାନ ଅଧିକାଂଶ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଖାତା ବଦଳାଇବା ଏକ ଜଟିଳ ପକ୍ରିୟା। ଗୋଟିଏ ଥରରେ ଆକାଉଣ୍ଟକୁ ସାଲାରୀ, ସବସିଡି, ଇଏମ୍ଆଇ ଓ ବୀମା ଭଳି ସୁବିଧାରେ ଯୋଡି ହୋଇଯାଇଥାଏ ଏଭଳି ଭାବରେ ଅଟୋମେଟିକ୍ ପେମେଣ୍ଟ କାରଣରୁ ଏହାକୁ ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତିତର କରିବା କଷ୍ଟକର ହୋଇଥାଏ। ଏହାଛଡା ଅନ୍ତର୍ଜାତୀୟ ପେମେଣ୍ଟ ବ୍ୟବସ୍ଥାକୁ ଭଲ କରିବାର ଯୋଜନା କରାଯାଉଛି। ଆରବିଆଇରେ ଥିବା ନିୟମ ଓ ଯାନ୍ତ୍ରିକ ବାଧାର ସମୀକ୍ଷା କରାଯାଉଛି। ଯାହାଫଳରେ ସୀମାପାର ଲେଣଦେଣ, ଶସ୍ତା ଓ ପାରଦର୍ଶୀ ହୋଇପାରିବ। ଏହାସହ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସିର ବିସ୍ତାରରେ ମଧ୍ୟ ପେମେଣ୍ଟକୁ ଆହୁରି ସହଜ କରିବାର ଆଶା ରହିଛି।