ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି। ରିଜର୍ଭ ବ୍ୟାଙ୍କ୍ ପେଟିଏମ୍‌ର ପେମେଣ୍ଟ ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରି ଦେଇଛି। ଏକ ପ୍ରେସ୍ ରିଲିଜ୍ରେ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ କହିଛି ଯେ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍ ଏବେ ବ୍ୟାଙ୍କିଂ ରେଗ୍ୟୁଲେସନ ଆକ୍ଟ ଅନୁସାରେ , ବ୍ୟାଙ୍କିଂର କାମ କରିବ ନାହିଁ। ଆରବିଆଇ କହିଛି ଯେ, ବ୍ୟାଙ୍କର କାର୍ଯ୍ୟ ଓ ମ୍ୟାନେଜମେଣ୍ଟ ଜମାକାରୀ କିମ୍ୱା ସାଧାରଣ ଲୋକଙ୍କ ହିତରେ ନଥିଲା ଏବଂ ବ୍ୟାଙ୍କ ନିଜର ପେମେଣ୍ଟ ବ୍ୟାଙ୍କ୍ ଲାଇସେନ୍ସର ସର୍ତ୍ତ ଗୁଡ଼ିକର ପାଳନ କରିବାରେ ବିଫଳ ହୋଇଛି।

ଆରବିଆଇ ଏହା ମଧ୍ୟ କହିଛି ଯେ, ସେ ବ୍ୟାଙ୍କକୁ ବନ୍ଦ କରିବା ପାଇଁ ହାଇକୋର୍ଟରେ ଏକ ଆବେଦନ କରିବ। କେନ୍ଦ୍ରୀୟ ବ୍ୟାଙ୍କ କହିଛି –ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍ ନିକଟରେ ବ୍ୟାଙ୍କ ବନ୍ଦ ହେବାରେ ନିଜର ପୂରା ଜମା ନେଣଦେଣ ଭରିବା ପାଇଁ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ ଅଛି।

କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ଅନୁସାରେ , ପେଟିଏମ୍ ପେମେଣ୍ଟସ ବ୍ୟାଙ୍କର ପରିଚାଳନା ଯେଉଁ ପ୍ରକାରରେ ହେଉଥିଲା , ତାହା ବ୍ୟାଙ୍କ ଓ ଜମାକାରୀ ଉଭୟଙ୍କ ପାଇଁ କ୍ଷତିକାର ଥିଲା ଏବଂ ପ୍ରବନ୍ଧନର ସାଧାରଣ ଚରିତ୍ର ଜମାକାରୀ ଓ ସାଧାରଣ ଲୋକଙ୍କ ପ୍ରତି ପକ୍ଷପାତିତାପୂର୍ଣ୍ଣ ଥିଲା। ଏଥିପାଇଁ ତାଙ୍କୁ ବ୍ୟାଙ୍କିଂ ଜାରି ରଖିବାକୁ ଦେବା କୌଣସି ବି ପ୍ରକାରର ଜନହିତରେ ନଥିଲା। ଏହିସବୁ କାରଣ ଗୁଡ଼ିକୁ ଦେଖି ପୂର୍ବରୁ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇ ଥିଲା ଏବଂ ଏବେ ତାର ବ୍ୟାଙ୍କ ଲାଇସେନ୍ସ ବାତିଲ କରାଯାଇଛି।

ଏହା ପୂର୍ବରୁ , ଆରବିଆଇ ୨୦୨୪ ମସିହାରେ ମଧ୍ୟ ପେଟିଏମ୍ ପେମେଣ୍ଟସ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଥିଲା। ଆରବିଆଇ ୧୧ ମାର୍ଚ୍ଚ ୨୦୨୨ରୁ ହିଁ ନୂଆ ଗ୍ରାହକ ଯୋଡ଼ିବା ଉପରେ ରୋକ୍ ଲଗେଇ ଦେଇଥିଲା ଏବଂ ପରେ ଗ୍ରାହକଙ୍କ ଆକାଉଣ୍ଟ ଓ ୱାଲେଟ୍ରେ ଜମା, କ୍ରେଡିଟ୍ ଓ ଟପ୍-ଅପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗେଇ ଦିଆଯାଇଛି। ଏହାସହ ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଗୁଡ଼ିକୁ ନୂଆ ଜମା ସ୍ୱୀକାର କରିବା ବନ୍ଦ କରିବାକୁ ଆଦେଶ ଦେଇଥିଲା। ସେତେବେଳେ ଆରବିଆଇ କହିଥିଲା ଯେ, ଏହି ଆଦେଶ ନିୟମ ଗୁଡ଼ିକର ପାଳନ କରିବା କାରଣରୁ ଦିଆଯାଇଛି, ଯେଉଁଥିରେ ଗ୍ରାହକଙ୍କ ପୂରା ଯାଞ୍ଚ ,ଫଣ୍ଡର ବ୍ୟବହାର ଓ ଟେକ୍ନିକାଲ ଷ୍ଟ୍ରକଚର ସହ ଜଡ଼ିତ ନିୟମ ସାମିଲ ଅଛି।

ଆରବିଆଇର ନିଷ୍ପତ୍ତି ମାର୍କେଟ୍ ବନ୍ଦ ହେବା ପରେ ଆସିଛି। ଏଥିରେ ଏବେ ସୋମବାର ନିବେଶକଙ୍କ ନଜର ପେଟିଏମର ସେୟାର ଉପରେ ରହିବ। କହି ରଖୁଛି କି , ବର୍ତ୍ତମାନ ସମୟରେ ପେଟିଏମର ସେୟାରର ମୂଲ୍ୟ ବିଏସଇ ଉପରେ ୧୧୪୭.୧୦ ଟଙ୍କା ଅଛି। ଶୁକ୍ରବାର ସେୟାର ୧.୧୦ ପ୍ରତିଶତ କ୍ଷତିରେ ବନ୍ଦ ହୋଇଛି। ପେଟିଏମ ଆଇପିଓ ୨୦୨୧ରେ ଆସିଥିଲା। ଏହି ଆଇପିଓ ନିବେଶକଙ୍କୁ ବଡ଼ କ୍ଷତି କରାଇ ଥିଲା। ପେଟିଏମ୍‌ର ସେୟାରର ଦାମ୍ ଆଜିସୁଦ୍ଧା ଆଇପିଓ ଇସ୍ୟୁ ପ୍ରାଇସ୍ ନିକଟର ପହଞ୍ଚି ପାରିନାହିଁ। କହିବାର ଅର୍ଥ ଯେ, ଯେଉଁ ନିବେଶକଙ୍କୁ ପେଟିଏମର ଆଇପିଓ ଆଲଟ୍ ହୋଇଥିବ, ତାଙ୍କର କ୍ଷତି ହୋଇଛି। ଇସ୍ୟୁ ପ୍ରାଇସ୍ ୨୧୫୦ ଟଙ୍କା ସ୍ଥିର କରାଯାଇ ଥିଲା।

ଆହୁରି ମଧ୍ୟ ପଢନ୍ତୁ : ଛଟେଇ ନୁହେଁ ...ତଥାପି ୯ ହଜାର କର୍ମଚାରୀଙ୍କ ଚାଲିଯିବ ଚାକିରି : ଟଙ୍କା ସଞ୍ଚୟ କରିବା ପାଇଁ ମାଇକ୍ରୋସଫ୍ଟର ନୂଆ ଉପାୟ