ନୂଆଦିଲ୍ଲୀ,୧୩/୦୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଆର୍‌ବିଆଇ) କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଲାଗିଥିବା  କଟକଣାକୁ ହଟାଇ ଦେଇଛି। ଗତ ବର୍ଷ ଏପ୍ରିଲ ୨୪ରେ ଆର୍‌ବିଆଇ  ଏହି ବ୍ୟାଙ୍କ ବିରୋଧରେ ନୂଆ କ୍ରେଡିଟ କାର୍ଡ ଜାରି କରିବା ଉପରେ  ନିଷେଧାଦେଶ ଜାରି କରିଥିଲା । ଏହା ସହ ଅନ୍‌ଲାଇନ ଏବଂ  ମୋବାଇଲ ବ୍ୟାଙ୍କିଙ୍ଗ୍‌ ଜରିଆରେ ନୂଆ ଗ୍ରାହକ ନ ଯୋଡିବାକୁ ମଧ୍ୟ  ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବ୍ୟାଙ୍କ ପର୍ଯ୍ୟାପ୍ତ ଆଇଟି  ଭିତ୍ତିଭୂମି ନ ଥିବାରୁ ଚିନ୍ତାପ୍ରକଟ କରିଥିଲା ଆର୍‌ବିଆଇ । ତେବେ  ଏହି ସମସ୍ୟାକୁ ସମାଧାନ କରିବାରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ  ଲଗାତାର ବିଫଳ ହେବା ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ତ୍ୱରିତ ଭିତ୍ତିରେ  ଗ୍ରହଣ କରିଥିଲା କେନ୍ଦ୍ରୀୟ ବ୍ୟାଙ୍କ । ବ୍ୟାଙ୍କ ଆଇନ ୧୯୪୯ ଧାରା  ୩୫ଏ ଅଧିନରେ ଆର୍‌ବିଆଇ ନିଜ କ୍ଷମତା ବ୍ୟବହାର କରି ବ୍ୟାଙ୍କ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।