ନୂଆଦିଲ୍ଲୀ୦୭/୧୦: ଆଜିଠୁ ରିଜର୍ଭ  ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା (ଏମ୍‌ପିସି) ବୈଠକ। ଏହା ଅକ୍ଟୋବର ୭ରୁ ୯ ଯାଏ ଚାଲିବ । ଏହି ବୈଠକ ଉପରେ  ବଜାରର ନଜର ରହିଛି । ରିଜର୍ଭ  ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ  ଦାସଙ୍କ ଅଧ୍ୟକ୍ଷତାରେ  ବସୁଥିବା ଏହି ଆର୍‌ବିଆଇ ଏମ୍‌ପିସି ବୈଠକ ଏହାର  ନିଷ୍ପତ୍ତି ୯ ତାରିଖରେ  ଘୋଷଣା କରିବ । ଏଥର  ମଧ୍ୟ ଆର୍‌ବିଆଇ ଏହାର ସୁଧହାର  ପରିବର୍ତ୍ତନ ନ କରିପାରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି । ମୁଦ୍ରାସ୍ଫୀତି,  ମଧ୍ୟ ପ୍ରାଚ୍ୟ ସମସ୍ୟା ଏବଂ ଅଶୋଧିତ  ତେଲ ଦର ବୃଦ୍ଧି ଯୋଗୁ ବଜାର ଉପରେ  ରହିଥିବା ପ୍ରଭାବ ଭଳି ଦିଗ ଗୁଡିକ  ଉପରେ ଆର୍‌ବିଆଇ ଧ୍ୟାନ ଦେବ । 

ସେହିଭଳି କର୍ପୋରେଟର ଲାଭ,  ଯୁଦ୍ଧ ସ୍ଥିତି,ଆମେରିକାର ମୁଦ୍ରାସ୍ଫୀତି ଡାଟା ଭଳି ଦିଗ ଗୁଡିକ ଉପରେ କେନ୍ଦ୍ରୀୟ  ବ୍ୟାଙ୍କ କଡା ନଜର ରଖିବ ବୋଲି  କହିଛନ୍ତି ବଜାର ବିଶେଷଜ୍ଞ । 

ଏଭଳି ଦିଗ ଗୁଡିକ  ଦେଶର ପୁଞ୍ଜି ବଜାରର ସ୍ଥିତି ନିର୍ଦ୍ଧାରଣ କରିବ । ହରିଆଣା ଏବଂ ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ  ଗଣତି ଅକ୍ଟୋବର ୮ରେ ହେଉଛି ।  ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏବେ ଭାରତୀୟ ବଜାର ସଙ୍କଟ ସ୍ଥିତି ଦେଇ ଗତି କରୁଛି । ସପ୍ତାହରେ ଭାରତୀୟ ପୁଞ୍ଜି ବଜାର ୪.୫% ହ୍ରାସ ହୋଇଛି । ଯୁଦ୍ଧ ସ୍ଥିତି ଯୋଗୁ ତେଲ ଦର ବୃଦ୍ଧି  ହେଲେ ଏହା ବଜାର ଲାଗି ଚିନ୍ତାରକାରଣ  ପାଲଟିବ ବୋଲି ଆଶଙ୍କା କରାଯାଉଛି ।