ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସୋମବାରଠୁ ଆର୍‌ବିଆଇ ମୁଦ୍ରାନୀତି ବୈଠକ: ୦.୨୫% ହ୍ରାସ ହୋଇପାରେ ରେପୋ

Published By : Prameya | April 7, 2025 7:46 AM

ନୂଆଦିଲ୍ଲୀ,୦୭/୦୪: ନୂଆ  ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର ପ୍ରଥମ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ  ସୋମବାର ଠାରୁ ଆରମ୍ଭ ହେଉଛି । ଏହି  ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ୦.୨୫%  ସୁଧହାର ହ୍ରାସ କରିପାରେ ବୋଲି  ଅନୁମାନ କରାଯାଉଛି । ଏହା ହେଲେ ଆଗାମୀ ଦିନରେ ଋଣ ଶସ୍ତା ହେବ । ୯ ଏପ୍ରିଲ ସକାଳ ୧୦ରେ ଆର୍‌ବିଆଇ  ଗଭର୍ଣ୍ଣର ସଞ୍ଚୟ ମାଲହୋତ୍ରା ଏମ୍‌ପିସି  ବୈଠକ ସମ୍ପର୍କରେ ସୂଚନା ଦେବେ ।

ମୁଦ୍ରାନୀତି କମିଟିରେ ୬ ସଦସ୍ୟ  ରହିଥିବା ବେଳେ ୩ ଜଣ ଆର୍‌ବିଆଇ  ଏବଂ ଅନ୍ୟ ୩ ଜଣଙ୍କୁ କେନ୍ଦ୍ର ସରକାର  ନିଯୁକ୍ତ କରିଥାନ୍ତି । ଆର୍ଥିକ ବର୍ଷ ୨୦୨୪- ୨୫ର ଶେଷ ଏମ୍‌ପିସି ବୈଠକରେ  ଆର୍‌ବିଆଇ ରେପୋ ରେଟ୍‌ରେ ୦.୨୫%  ହ୍ରାସ କରିଥିଲା । ଫେବ୍ରୁଆରିରେ ହୋଇଥିବା ଏହି ବୈଠକରେ ସୁଧହାର  ୬.୫୦%ରୁ ୬.୨୫%କୁ ଖସିଥିଲା ।  ଦୀର୍ଘ ୫ ବର୍ଷ ପରେ ସୁଧହାରରେ  ଏଭଳି ପରିବର୍ତ୍ତନ ହୋଇଥିଲା ।  ରେପୋ ରେଟ୍‌ କମିଲେ ବ୍ୟାଙ୍କଗୁଡ଼ିକ  ବାସଗୃହ ଏବଂ ଅଟୋମୋବାଇଲ ଭଳି  ଋଣ କ୍ଷେତ୍ରରେ ସୁଧ କମାଇଥାନ୍ତି । ଋଣ ଶସ୍ତା ହେବା ସହ ଇଏମ୍‌ଆଇ ମଧ୍ୟ  କମିଥାଏ । ବାସଗୃହ ଚାହିଦା ବଢ଼ିବା  ସହ ରିୟଲ ଇଷ୍ଟେଟ ନିବେଶ ବଢ଼ିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.