ମୁମ୍ବାଇ,୩୧/୫ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ରବିବାର ଆଇପିଏଲ୍ ୨୦୨୬ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଟାଇଟଲ ଲଢେଇ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବ । ମ୍ୟାଚ୍ ପୂର୍ବରୁ ଆରସିବିର ଅଧିନାୟକ ରଜତ ପାଟିଦାର ରଣ ହୁଙ୍କାର କରି ଦ୍ବିତୀୟ ଟ୍ରଫି ଜିତିବାକୁ ନେଇ କହିଛନ୍ତି । ସେ ସ୍ପଷ୍ଟ କରି ଦେଇଛନ୍ତି କି ସେ ଏବଂ ତାଙ୍କ ଟିମ୍ ଡିଫେଡିଂ ଚାମ୍ପିୟନ୍ସ ମାନସିକତାରେ ଫଡ଼ିଆକୁ ଓହ୍ଲାଇବେ ନାହିଁ ।
ମ୍ୟାଚ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ ଏହି ବିଷୟରେ କେବେ ଭାବି ନାହିଁ କି ଅନ୍ୟ ଅଧିନାୟକମାନେ ପୂର୍ବରୁ କ’ଣ କରିଛନ୍ତି ଏବଂ ମୁଁ କାହା ସହିତ ପ୍ରତିଯୋଗିତା କରିବାକୁ ଚାହୁଁଛି କି ନାହିଁ। ମୁଁ କେବେ ସେ ବିଷୟରେ ଭାବି ନାହିଁ ।"
ସେ ଆଗକୁ ମଧ୍ୟ କହିଛନ୍ତି, ମୁଁ କେବେ ଆଗକୁ ବଢିବା କିମ୍ବା ପଛକୁ ହଟିବା ବିଷୟରେ ଭାବି ନାହିଁ । ଯଦି ମୁଁ ଏଠାରେ ଅଛି, ତେବେ ମୁଁ କେବଳ ଏହା ଉପରେ ଫୋକସ କରୁଛି କି ମୁଁ ଫାଇନାଲ ପୂର୍ବରୁ କ’ଣ କରିପାରେ । ଆମେ ନିଜ ବେଷ୍ଟ ଦେବାକୁ ପ୍ରୟାସ କରିବୁ।