ବେଙ୍ଗାଲୁରୁ : ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ RCB ଏବଂ SRH ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯାଉଛି । ଉଭୟ ଦଳକୁ ସମର୍ଥନ କରିବା ପାଇଁ ଫ୍ୟାନ୍ସମାନେ ଭିଡ଼ ଜମାଇଛନ୍ତି । ତେବେ ଆରସିବିକୁ ସମର୍ଥନ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଛନ୍ତି ଅନୁଷ୍କା ଶର୍ମା । ସ୍ବାମୀ ବିରାଟ କୋହଲିଙ୍କ ଦଳକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଛନ୍ତି ।
Anushka Sharma with Smriti Mandhana, Shreyanka Patil and Jemimah Rodrigues at the Chinnaswamy Stadium. pic.twitter.com/3Jve9epGMh
— Mufaddal Vohra (@mufaddal_vohra) March 28, 2026
ଅନୁଷ୍କାଙ୍କ ଉପରେ କ୍ୟାମେରା ଅଧିକ ଫୋକସ କରୁଥିବାବେଳେ ତାଙ୍କ ସହ ନଜର ଆସିଛନ୍ତି ଭାରତୀୟ ମହିଳା ଦଳର ଜଣାଶୁଣା ଖେଳାଳି ସ୍ମୃତି ମନ୍ଧାନା । ସେ ଆରସିବି ପକ୍ଷରୁ ମହିଳା ପ୍ରିମିୟର ଲିଗରେ ଷ୍ଟାର ଖେଳାଳିଭାବେ ଉଭା ହୋଇଛନ୍ତି । ଚଳିତ ସିଜିନରେ ସେ ଦଳକୁ ଚାମ୍ପିୟନ କରାଇଛନ୍ତି । ଉଭୟ ଏକାଠି ନଜର ଆସିଥିବାବେଳେ ଆରସିବିକୁ ଚିୟରଅପ୍ କରିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ମ୍ୟାଚ ସମୟରେ ଏକ ସ୍ବତନ୍ତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ସିଜିନରେ ଆରସିବି ବିଜୟ ହୋଇଥିବାବେଳେ ୧୮ ବର୍ଷ ପରେ ଟ୍ରଫି ଜିତିଥିଲା । ବିଜୟ ଉତ୍ସବ ମନାଯାଉଥିବାବେଳେ ଦଳ ଚକଟାରେ ୧୧ ଜଣ ପ୍ରାଣ ହରାଇଥିଲେ । ଯେଉଁ କାରଣରୁ ସେମାନଙ୍କ ଉଦ୍ଦେଶ୍ୟରେ ଷ୍ଟାଡିୟମରେ ୧୧ଟି ସିଟ ଉତ୍ସର୍ଗ କରାଯାଇଛି । ଏହାସହ ଏମାନଙ୍କ ପାଇଁ ଶୋକ ମଧ୍ୟ ପାଳନ କରାଯାଇଥିଲା ।
ଏହାସହ ପଢ଼ନ୍ତୁ : RCBକୁ ୨୦୨ ରନର ବିଜୟ ଲକ୍ଷ୍ୟ ଦେଲା SRH : ଇଶାନଙ୍କ ଅର୍ଦ୍ଧଶତକ, ଅନିକେତଙ୍କ ବିସ୍ଫୋରଣ