ବେଙ୍ଗାଲୁରୁ : ଆଇପିଏଲର ଉଦଘାଟନୀ ମ୍ୟାଚରେ ବେଙ୍ଗାଲୁରୁକୁ ୨୦୨ ରନର ବିଜୟ ଲକ୍ଷ୍ୟ ଦେଇଛି ହାଇଦ୍ରାବାଦ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆରସିବି । ପ୍ରଥମେ ବ୍ୟାଟିଂ କରି ଏସଆରଏଚ୍ ୯ ଓ୍ବିକେଟ ବିନିମୟରେ ୨୦୧ ରନ କରିବାରେ ସକ୍ଷମ ହୋଇଛି । ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ତଥାପି ଦଳ ପାଇଁ ଲଢ଼ୁଆ ପାଳି ଖେଳିଥିଲେ ଇଶାନ କିଷନ । ସେ ୩୮ ବଲରୁ ୮୦ ରନ୍ ସଂଗ୍ରହ କରିଛନ୍ତି । ପରେ ଅନିକେତ ୧୮ ବଲରୁ ୪୩ ରନର ପାଳି ଖେଳିଥିଲେ ।

ଆରସିବି ପକ୍ଷରୁ ପ୍ରଥମରୁ ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲେ ଜାକବ ଡଫି । ସେ ୨୨ ରନ୍ କରି ୩ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେ ଟ୍ରାଭିସ୍ ହେଡ, ଅଭିଶେକ ଶର୍ମା ଏବଂ ନୀତିଶ କୁମାର ରେଡ୍ଡିଙ୍କୁ ଆଉଟ୍ କରିଥିଲେ । ଅଭିଶେକ ଶର୍ମା ୭, ହେଡ ୧୧ ଏବଂ ନୀତିଶ ୬ ବଲରୁ ମାତ୍ର ୧ ରନ୍ ସଂଗ୍ରହ କରିପାରିଥିଲେ । ପରେ କ୍ଲାସନଙ୍କ ସହ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଥିଲେ ଇଶାନ କିଷନ । ଅନିକେତ ବର୍ମା ୧୮ ବଲରୁ ୪୩ ରନର ପାଳି ଖେଳିଥିଲେ । ସେପଟେ ଆରସିବି ପକ୍ଷରୁ ସେଫର୍ଡ ୩ ଓ୍ବିକେଟ୍ ନେଇଛନ୍ତି । ଭୁବନେଶ୍ବର କୁମାର, ସୂୟସ ଶର୍ମା ଏବଂ ଅଭିନନ୍ଦନ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ । 

​​​​​​​ଏହାସହ ପଢ଼ନ୍ତୁ : ଡାକ୍ତରଙ୍କ ବିରୋଧରେ ନର୍ସ ଆଣିଲେ ସାଙ୍ଘାତିକ ଅଭିଯୋଗ