ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ; ତଦନ୍ତ ପରେ କାରଣ ସ୍ପଷ୍ଟ ହେବ : ଡିଆରଏମ୍

Published By : Gurupada Nath | March 30, 2025 6:50 PM

କଟକ,୩୦/୩ : ମଙ୍ଗୁଳି ଚୌଦ୍ବାର ଷ୍ଟେସନ ନିକଟରେ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହେବା ମନୁଷ୍ୟ କୃତ ଥିଲା କି ? କିଛି ଯାତ୍ରୀଙ୍କର ପ୍ରତିକ୍ରିୟା ଏହି ଆଡ଼କୁ ଇଙ୍ଗିତ କରୁଛି । ତେବେ ରେଳବାଇ କର୍ତ୍ତୃପକ୍ଷ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିବାବେଳେ, ତଦନ୍ତ ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିଆରଏମ୍। 

କାମାକ୍ଷା ଏକ୍ସପ୍ରେସରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ କହିବା ଅନୁସାରେ ମଙ୍ଗୁଳି ଚୌଦ୍ବାର ପାସେଞ୍ଜର ହଲ୍ଟ ନିକଟରେ ଯେଉଁ ଯାଗାରେ ଏକ୍ସପ୍ରେସ ଲାଇନଚ୍ୟୁତ ହେଲା ସେଠାରେ ଟ୍ରାକ ସଜାଡିବା କାମ ଚାଲିଥିଲା। ହଠାତ୍ କାମାକ୍ଷା ଏକ୍ସପ୍ରେସ ସେହି ଟ୍ରାକରେ ଚାଲି ଆସିଵାରୁ କାର୍ଯ୍ୟରତ କର୍ମଚାରୀମାନେ ଟ୍ରାକ ଛାଡି ଦଉଡି ପଳେଇଥିଲେ । ଟ୍ରାକ ନିକଟରେ ଶ୍ରମିକମାନଙ୍କର କୋଡି,ବେଲଚା ଓ ଶାବଳ ପଡ଼ି ରହିଥିଵା ପ୍ରତ୍ୟେକ୍ଷ ଦର୍ଶୀ ବୟାନ ଦେଇଛନ୍ତି।

ସେପଟେ ଦୁର୍ଘଟଣାସ୍ଥଳରେ ରେଳବାଇର ଉଚ୍ଚ କର୍ତ୍ତୃପକ୍ଷ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ଖୋର୍ଦ୍ଧା ରୋଡ ଡିଆରଏମ୍ କହିଛନ୍ତି ସଠିକ୍ କାରଣ ଜାଣିବା ପାଇଁ କିଛି ଅନୁସନ୍ଧାନ ଆରମ୍ଭ ହୋଇଛି। କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହେବାର କାରଣ ଜାଣିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ସମ୍ପୃକ୍ତ ଟିମ୍ ଦୁର୍ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.