ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମନ୍ଦିର ଭଙ୍ଗା ଯିବାର ମିଳିଲା ମେସେଜ ; ଗୃହ ଛାଡ଼ି ତୁରନ୍ତ ସେଠାରେ ପହଞ୍ଚିଲେ ପ୍ରବେଶ ବର୍ମା , କହିଲେ ...

Published By : Prameya | March 24, 2025 6:38 PM

ନୂଆଦିଲ୍ଲୀ : ଦିଲ୍ଲୀର ପଟପଡଙ୍ଗଞ୍ଜ ବିଧାନସଭାରେ ଏବେ ମନ୍ଦିର ଭଙ୍ଗାଯିବାର ନିର୍ଦ୍ଦେଶ ମାମଲା ଥଣ୍ଡା ପଡ଼ିଥିବା ବେଳେ ଆଜି ପୁଣି ଯମୁନା ବଜାର ସ୍ଥିତ ନୀଲୀ ଛତରୀ ମନ୍ଦିରକୁ ଭାଙ୍ଗିବାର ଖବର ଆସିଲା। ସ୍ଥାନୀୟ ଲୋକେ ତୁରନ୍ତ ଏହାର ସୂଚନା ମନ୍ତ୍ରୀ ପ୍ରବେଶ ସାହିବ ସିଂହ ବର୍ମାଙ୍କୁ ଦେଇଥିଲେ । ପ୍ରବେଶ ବର୍ମା ମଧ୍ୟ ତୁରନ୍ତ ବିଧାନସଭା ଅଧିବେଶନରୁ ସିଧା ସେଠାରେ ପହଞ୍ଚିଲେ ଏବଂ ସେଠାର ଲୋକଙ୍କୁ ଆଶ୍ୱାସନା ଦେଲେ କି ମନ୍ଦିରର ଗୋଟିଏ ବି ଇଟା ହଟିବ ନାହିଁ । ନୂଆଦିଲ୍ଲୀ ବିଧାୟକଙ୍କର ଏହି ଆଶ୍ୱାସନା ପରେ ସ୍ଥାନୀୟ ଲୋକେ ଶାନ୍ତିର ନିଶ୍ୱାସ ନେଇଥିଲେ।ଏହି ପୂରା ଘଟଣାର ସୂଚନା ପ୍ରବେଶ ବର୍ମା ନିଜର ଏକ୍ସ ହ୍ୟାଣ୍ଡେଲରେ ଦେଇଛନ୍ତି। 

କହି ରଖୁଛୁ କି , ଦିଲ୍ଲୀ ବିଧାନସଭାର ବଜେଟ୍‌ ଅଧିବେଶନର ଆଜି ପ୍ରଥମ ଦିନ ଥିଲା। ଗୃହରେ  ପ୍ରବେଶ ବର୍ମା ମଧ୍ୟ ଥିଲେ। ଏହି ମଧ୍ୟରେ ତାଙ୍କର ହ୍ୱାଟ୍ସଆପ୍‌କୁ କେହି ଜଣେ ସୂଚନା ଦେଇଥିଲେ କି ଯମୁନା ବଜାର ସ୍ଥିତ ନୀଳୀ ଛତରୀ ମନ୍ଦିରକୁ ଭଙ୍ଗା ଯାଉଛି। ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି , ମୋତେ ହ୍ୱାଟ୍ସଆପ୍‌ରେ ବାଲ୍ମିକି ସମାଜର କିଛି ଭାଇଙ୍କ ପକ୍ଷରୁ ମନ୍ଦିର ଭଙ୍ଗା ଯିବାର ମେସେଜ୍‌ ମିଳିଲା। ବିଧାନସଭା ଅଧିବେଶନରୁ ସିଧା ସେଠାରେ ପହଞ୍ଚି ସ୍ଥିତିର ଅଧିକାରୀଙ୍କ ସହ ଅନୁଧ୍ୟାନ କଲି। ପ୍ରବେଶ ବର୍ମା କହିଲେ କି, ମୁଁ ସ୍ପଷ୍ଟ କହିବାକୁ ଚାହୁଁଛି କି , ମନ୍ଦିରର ଏକ ଇଟା ହଟିବ ନାହିଁ। ପ୍ରବେଶ ବର୍ମା ଏକ ଭିଡ଼ିଓ ମଧ୍ୟ ନିଜର ପୋଷ୍ଟ ସହ ସେୟାର କରିଛନ୍ତି। 

କହି ରଖୁଛୁ କି , କିଛି ଦିନ ପୂର୍ବେ ମୟୁର ବିହାର ଫେଜ୍‌-୨ ନିକଟରେ ପଟପଡଗଞ୍ଜ ବିଧାନସଭା ଅଞ୍ଚଳରେ ୩ଟି ମନ୍ଦିରକୁ ଭାଙ୍ଗିବାକୁ ଡିଡିଏ ପକ୍ଷରୁ ନିର୍ଦ୍ଦେଶ ଆସି ଥିଲା। ଅଧା ରାତିରେ ଡିଡିଏର ବୁଲଡୋଜର ମଧ୍ୟ ସେଠାରେ ପହଞ୍ଚି ଥିଲା, ଏଠାରେ ଦେଖି ସ୍ଥାନୀୟ ଲୋକ ବିରୋଧ ଆରମ୍ଭ କରିଦେଲେ। ପଟପଡଗଞ୍ଜ ବିଧାୟକ ରବିନ୍ଦର ସିଂହ ନେଗି ମଧ୍ୟ ସେଠାରେ ପହଞ୍ଚି ଗଲେ ଏବଂ ସେ ଏହି କାର୍ଯ୍ୟାନୁଷ୍ଠାନକୁ ସିଏମ୍ ରେଖା ଗୁପ୍ତା ଓ ଏଲଜିଙ୍କ ସହ କଥାବାର୍ତ୍ତା ପରେ ରୋକି ଦେଇ ଥିଲେ। ଡିଡିଏକୁ ସେତେବେଳେ ଫେରିବାକୁ ପଡ଼ିଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.