ଭୁବନେଶ୍ୱର,୧୮/୦୩: ସମ୍ବଲପୁରରୁ ମଙ୍ଗୁଳିକୁ ଛୁଇଁଥିବା ଜାତୀୟ ରାଜପଥ-୫୫ର ୨୫୭ କିମି ରାସ୍ତା ଅମାନିଆ ଓ ବେପରୁଆ ଗାଡି଼ଚାଳକଙ୍କ ପାଇଁ ଖେଳପଡି଼ଆ ପାଲଟିଛି । ଟ୍ରାଫିକ୍ ପୁଲିସର ସଡ଼କ ସୁରକ୍ଷା ନିୟମକୁ ଦଳିମକଚି ଦେଉଛନ୍ତି । ଦୁର୍ଘଟଣା ଗ୍ରାଫ୍ ବଢିଚାଲିଛି । ଜାତୀୟ ରାଜପଥ-୨୦ର ବଡ଼ବିଲରୁ ପାଣିକୋଇଲି ଯାଏ ୨୦୦ କିମି ରାସ୍ତାକୁ ଜଣେ ବି ଟ୍ରାଫିକ୍ ପୁଲିସ ଜଗୁନାହାନ୍ତି । ହଜାର ହଜାର ଭାରୀଯାନ ଚକା ତଳେ ପ୍ରତିଦିନ ନିରୀହଙ୍କ ଜୀବନ ଯାଉଛି । ସମ୍ବଲପୁର ରାଉରକେଲା ଏକ୍ସପ୍ରେସ ୱେରେ ମଧ୍ୟ ସଡ଼କ ସୁରକ୍ଷା ନିୟମର ଧଜିଆ ଉଜୁଛି । ଏଣିକି ଏସବୁ ସମ୍ବେଦନଶୀଳ ଓ ବ୍ୟସ୍ତବହୁଳ ରାସ୍ତାରେ ଅମାନିଆ ଗାଡି଼ଚାଳକଙ୍କ ମନମାନି ଚଳିବନି । ଏସବୁ ଜାତୀୟ ଓ ରାଜ୍ୟ ରାଜପଥରେ ସିସି କ୍ୟାମେରା ଖଞ୍ଜାଯାଇଛି ।
୯ଟି ଜାତୀୟ ଓ ରାଜ୍ୟ ରାଜପଥରେ ଏହିଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟସିଷ୍ଟମ (ଆଇଇଏମ୍ଏସ୍) ବା ଦିଶା ପ୍ରକଳ୍ପପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହୋଇଛି । ମୋଟ୧୦୨୭ କିମି ରାସ୍ତାରେ ସିସି କ୍ୟାମେରା ଯୋଗେଅମାନିଆଙ୍କୁ ଚିହ୍ନଟ କରାଯାଉଛି । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଏହାକୁ ଉଦ୍ଘାଟନ କରିବେ । ମୋଟରଯାନ ନିୟମଉଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ଗାଡି଼ମାଲିକଙ୍କଘରକୁ ମୋଟା ଅଙ୍କର ଇ-ଚାଲାଣ ପଠାଯିବ ।ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ)ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ୬୮୮ କିମିଯାଏ ବ୍ୟାପିଥିବା ୮ଟି ରାସ୍ତାରେ ସିସି କ୍ୟାମେରାବିଛାଯାଇଛି । ଉପରୋକ୍ତ ୩ଟି ରାସ୍ତାରେ ଗ୍ୟାଣ୍ଟ୍ରି ପଏଣ୍ଟନିର୍ମାଣ ସରିଛି । ପ୍ରତି ଗ୍ୟାଣ୍ଟ୍ରି ପଏଣ୍ଟରେ ୩ଟି ଲେଖାଏଁସିସି କ୍ୟାମେରା ଖଞ୍ଜାଯାଇଛି ।
ଦ୍ରୁତଗତି, ବିପରୀତଦିଗରେ ଗାଡି଼ ଚଳାଇଲେ, ତୁରନ୍ତ ସିସି କ୍ୟାମେରାରେଗାଡି଼ ନମ୍ବର ଧରା ପଡ଼ୁଛି । ବିନା ହେଲମେଟଧାରୀଙ୍କୁମଧ୍ୟ ଆଖି ପିଛୁଳାକେ ଚିହ୍ନଟ କରୁଛି ସିସିକ୍ୟାମେରା ।ରାଜ୍ୟ ରାଜପଥ (ଏସ୍ଏଚ୍)-୧୦ରେସମ୍ବଲପୁରରୁ ରାଉରକେଲା ଏକ୍ସପ୍ରେସ ୱେର ୧୮୦କିମି ରାସ୍ତା ମଧ୍ୟ ଏହି ଦିଶା ପ୍ରକଳ୍ପ କାର୍ଯ୍ୟକାରୀହେବ । ରାଜ୍ୟ ରାଜପଥ-୩ର ସୋହେଲାରୁ ନୂଆପଡ଼ାପର୍ଯ୍ୟନ୍ତ ୧୨୦ କିମି ରାସ୍ତା, ରାଜ୍ୟ ରାଜପଥ-୧୨ରେକୁଜଙ୍ଗରୁ ଭୁତମୁଣ୍ଡେଇର ୨୦ କିମି ରାସ୍ତା, ଜାତୀୟରାଜପଥ-୧୪୯ରେ ପିତିରିରୁ ପାଲଲହଡ଼ାର ୬୪କିମି ରାସ୍ତାରେ ମଧ୍ୟ ଗ୍ୟାଣ୍ଟ୍ରି ପୋଲ୍ ଖଞ୍ଜାସରିଛି ।ଜାତୀୟ ରାଜପଥ-୨୦୦/ଜାତୀୟ ରାଜପଥ-୭୨୦ରେ ଥିବା ଦୈତାରୀରୁ ଚଣ୍ଡିଖୋଲ ରାସ୍ତା, ବ୍ରହ୍ମପୁରରୁଭଞ୍ଜନଗର ଲମ୍ବିଥିବା ଜାତୀୟ ରାଜପଥ-୫୯ ଓ୧୫୭ର ୮୦ କିମି ରାସ୍ତା ଓ ବ୍ରହ୍ମପୁରରୁ ତପ୍ତପାଣିଯାଏଁ ଜାତୀୟ ରାଜପଥ-୩୨୬ ଓ ରାଜ୍ୟ ରାଜପଥ-୧୭ରେ ଥିବା ୫୨ କିମି ରାସ୍ତାରେ ମଧ୍ୟ ଦିଶା ପ୍ରକଳ୍ପଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି ।
ଆହୁରି ପଢନ୍ତୁ-୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ୬ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
ସୂଚନାଯୋଗ୍ୟ, ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣଓ ବ୍ୟସ୍ତବହୁଳ ରାସ୍ତା ଭାବେ ପରିଚିତ ଜାତୀୟରାଜପଥ-୧୬ର ପ୍ରାୟ ୨୫୪ କିମି ରାସ୍ତାରେଆଇଇଏମଏସ୍ ପ୍ରକଳ୍ପ ଯୋଗେ ଅମାନିଆ ଗାଡି଼ଚାଳକଙ୍କୁ ଚିହ୍ନଟ କରାଯାଉଛି । ପାଣିକୋଇଲିରୁଲକ୍ଷ୍ମଣନାଥ ପର୍ଯ୍ୟନ୍ତ ୧୬୩ କିମି, ଗିରିଶୋଲାରୁରାମେଶ୍ୱର ପର୍ଯ୍ୟନ୍ତ ୯୧ କିମି ରାସ୍ତାରେ ସିସିକ୍ୟାମେରାଖଞ୍ଜାଯାଇଛି । ସେହିପରି ଜାତୀୟ ରାଜପଥ-୩୧୬ରଭୁବନେଶ୍ୱରରୁ ପୁରୀ ଯାଏଁ ୬୩ କିମି ରାସ୍ତାରେ୨୦୨୪-୨୫ ମସିହାରୁ ଦିଶା ପ୍ରକଳ୍ପ ଚାଲିଆସୁଛି ।ଜାତୀୟ ରାଜପଥ-୩୧୬(ଏ)ର ପୁରୀ କୋଣାର୍କ୨୫ କିମି ଓ ରାଜ୍ୟ ରାଜପଥ-୧୩ରେ ଥିବା କୋଣାର୍କପିପିଲିର ୪୦ କିମି ଜାତୀୟ ରାଜପଥ-୫୫ରେ ଥିବାକଟକ-ପାରାଦୀପର ୮୩ କିମି ଓ ରାଜ୍ୟ ରାଜପଥ-୪୨ରେ ଥିବା ବଲାଙ୍ଗିରରୁ ତୁର୍କୋଲାର ୮୩ କିମିରାସ୍ତାରେ ମଧ୍ୟ ସିସିକ୍ୟାମେରା ଖଞ୍ଜାଯାଇଛି ।