ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସ୍ତନ କର୍କଟକୁ ପ୍ରାରମ୍ଭିକ ଲକ୍ଷଣରୁ ଚିହ୍ନନ୍ତୁ

Published By : Rasmita Pradhan | June 20, 2025 11:30 AM

ଦିନକୁ ଦିନ ବଢିଚାଲିଛି ବିଭିନ୍ନ କର୍କଟ ରୋଗୀଙ୍କ ସଂଖ୍ୟା । ବିଶେଷକରି ମହିଳାଙ୍କଠାରେ ବଢୁଥିବା କର୍କଟ ମଧ୍ୟରେ ଆଗରେ ରହିଛି ସ୍ତନ କର୍କଟ । ଏହା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ମହିଳାଙ୍କ ମୃତ୍ୟୁର କାରଣ ସାଜୁଛି । ଏହି କର୍କଟର ଚିକିତ୍ସା ସମ୍ଭବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେଲେ, ଚିକିତ୍ସା ସମ୍ଭବ । ଏହି କର୍କଟ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ତ୍ୱଚାରେ ଅନେକ ପ୍ରକାରର ଲକ୍ଷଣ ପ୍ରକାଶ ପାଇଥାଏ । ଅବଶ୍ୟ ସ୍ତନ କର୍କଟ ପୁରୁଷଙ୍କଠାରେ ମଧ୍ୟ ଦେଖା ଦେଇଥାଏ । ଯାହାକୁ ଅଣଦେଖା କରିବା ଅନୁଚିତ୍‌ । ବରଂ ସମୟରୁ ଏହାର ଚିକିତ୍ସା ଆରମ୍ଭ କରିବା ଉଚିତ୍‌  ।

କର୍କଟ ରୋଗର ଶିକାର ଯେ କେହି ବି ହୋଇପାରନ୍ତି । ଏହା ଶରୀରର ବିଭିନ୍ନ ଅଙ୍ଗରେ ହୋଇଥାଏ । ଫଳରେ କର୍କଟର ନାମ ମଧ୍ୟ ଭିନ୍ନ ଭିନ୍ନ । ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ମହିଳାଙ୍କ ପାଇଁ ଖୁବ୍‌ ସାଧାରଣ, ଯାହା ପ୍ରାୟ ମହିଳାଙ୍କୁ ପ୍ରଭାବିତ କରିଥାଏ । ଅବଶ୍ୟ ଏହା ମହିଳା ଓ ପୁରୁଷ ଉଭୟଙ୍କଠାରେ ଦେଖାଦିଏ । କିନ୍ତୁ ଲୋକଲଜ୍ଜା କାରଣରୁ ଅନେକ ମହିଳାଙ୍କୁ ଜୀବନ ହାରିବାକୁ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସ୍ତନ କର୍କଟ ବିଶ୍ୱକୁ ସବୁଠାରୁ ବେଶି ପ୍ରଭାବିତ କରୁଥିବା ରୋଗ । ୨୦୨୦ରେ ୨.୩ ମିଲିୟନ୍‌ ମହିଳା ଏହି ରୋଗକୁ ହରାଇଥିବା ବେଳେ ୬୮୫.୦୦୦ଙ୍କର ମୃତ୍ୟୁ ହୋଇଥିଲା । ଯଦି ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଏହି କର୍କଟ ଚିହ୍ନଟ ହୋଇପାରେ, ତେବେ ରୋଗୀ ସୁସ୍ଥ ହେବାର ସମ୍ଭାବନା ଅଧିକ । ଯଦି ସେହି ସମୟରେ ଚିକିତ୍ସା କରା ନଯାଏ ତେବେ ଏହା ଅନ୍ୟ ଅଙ୍ଗକୁ ସଂପ୍ରସାରିତ ହେବା ସହ ଘାତକ ସାଜିପାରେ । ସ୍ତନ କର୍କଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଲକ୍ଷଣ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ, ଯାହା ଦ୍ୱାରା ରୋଗର ଚିହ୍ନଟ କରାଯାଇପାରିବ । ଏହି କର୍କଟର ପ୍ରାରମ୍ଭିକ ଲକ୍ଷଣ ସ୍ତନ ଆଖପାଖ ତ୍ୱଚାରେ ଦେଖାଯାଇଥାଏ । ଚାଲନ୍ତୁ ଜାଣିବା ଏମିତି କିଛି ଲକ୍ଷଣ ବିଷୟରେ... 

ତ୍ୱଚାରେ ପରିବର୍ତ୍ତନ 

ଯଦି ଆପଣଙ୍କ ସ୍ତନ ଓ ଆଖପାଖର ତ୍ୱଚାରେ କିଛି ପରିବର୍ତ୍ତନ ଦେଖାଦିଏ, ତେବେ ଅଣଦେଖା କରନ୍ତୁନି । ତ୍ୱଚାରେ ହେଉଥିବା ପରିବର୍ତ୍ତନରେ ଡିମ୍ପଲ ମଧ୍ୟ ଆସିପାରେ । ସ୍ତନ ତ୍ୱଚାରେ ଡିମ୍ପଲ ଆସିବା ଅର୍ଥାତ ସ୍ତନରେ ଥିବା ଲିମ୍ଫ ଭେସେଲ୍ସଗୁଡିକ ବ୍ଲକ୍‌ ହୋଇଯାଇଥାଏ । ଫଳରେ ସ୍ତନରେ ଜ୍ଜ୍ୱଳନ ସୃଷ୍ଟି ହୋଇଥାଏ । ଏହାବ୍ୟତୀତ ତ୍ୱଚାର କିଛି ଅଂଶରେ କମଳା ଚୋପା ପରି ଛୋଟ ଛୋଟ ଗାଡ ବା କଣ ଦେଖିବାକୁ ମିଳିଥାଏ । 

ତ୍ୱଚାରେ ଦାନା ବା ଲାଲ୍‌ ଦେଖାଯିବା 

ସ୍ତନର ନିପଲ୍‌ ଆଖାପାଖରେ ଏଗ୍‌ଜିମା ପରି ଦାନା ଦାନା ବା ଅତ୍ୟଧିକ ଲାଲ୍‌ ଦେଖାଯାଇଥାଏ । ଏହା ସ୍ତନକର୍କଟର ବଡ଼ ଲକ୍ଷଣ । ବିଶେଷଜ୍ଞଙ୍କ ମତରେ ଏହା ପଗେଟ୍‌ ରୋଗ ସହ କର୍କଟର ମଧ୍ୟ ଲକ୍ଷଣ ହୋଇଥାଏ । ଅବଶ୍ୟ ଏହାର କାରଣ ଅସ୍ପଷ୍ଟ । ପଗେଟ୍‌ ରୋଗ ଯୋଗୁ ମଧ୍ୟ ସ୍ତନ ପାଖରେ ଉପରୋକ୍ତ ଲକ୍ଷଣ ଦେଖା ଦେଇଥାଏ । 

ଯନ୍ତ୍ରଣା, ଲାଲ୍‌ ଦେଖାଯିବା ଓ ଗାଡ଼ 

ଇନ୍‌ଫ୍ଲାମୋଟୋରୀ ବ୍ରେଷ୍ଟ କ୍ୟାନସର୍‌(ଆଇବିସି) କମ୍‌ ଲୋକଙ୍କଠାରେ ହେଉଥିବା ବେଳେ ଖୁବ୍‌ ତୀବ୍ର ବେଗରେ ବଢୁଥିବା କର୍କଟ ମଧ୍ୟରୁ ଅନ୍ୟତମ, ଯାହାର ଅନେକ ଲକ୍ଷଣ ତ୍ୱଚା ଉପରେ ଦେଖାଯାଇଥାଏ । ଏହି କର୍କଟ ହେଲେ ସ୍ତନ ଲାଲ୍‌ ଦେଖାଯିବା, ଫୁଲିବା, ଯନ୍ତ୍ରଣା ହେବା ସହ ବିସ୍ତାରିତ ହୋଇଥାଏ । ସେହିପରି ସ୍ତନ ତ୍ୱଚାର ଆକୃତିରେ ମଧ୍ୟ ପରିବର୍ତ୍ତନ ଆସି କମଳା ଚୋପା ପରି ଦେଖାଯାଇଥାଏ । ଏହାବ୍ୟତୀତ ସ୍ତନ ତ୍ୱଚାର ରଙ୍ଗ ପରିବର୍ତ୍ତିତ ହୋଇ ଲାଲ୍‌, ଗୋଲାପୀ ବା ବାଇଗଣୀ ହୋଇଯାଇଥାଏ । ସେହିପରି ସ୍ତନ କୁଣ୍ଡାଇହେବା, ଟାଣ ବା କୋମଳ ଲାଗିବା ସହ ଯନ୍ତ୍ରଣାହେବା ପରି ସମସ୍ୟାମାନ ଦେଖା ଦେଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.