ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଅକ୍ଟୋବରରେ ୟୁପିଆଇ କାରବାରରେ ରେକର୍ଡ, ମାସକରେ ହୋଇଛି ୧,୬୫୮ କୋଟି ସଂଖ୍ୟକ ଟ୍ରାଞ୍ଜାକ୍‌ସନ

Published By : Rasmita Pradhan | November 2, 2024 12:02 PM

ନୂଆଦିଲ୍ଲୀ, ୦୨/୧୧ : ପାର୍ବଣରେ ୟୁପିଆଇ(ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟର୍‌ଫେସ୍‌) କାରବାରରେ ନୂଆ ରେକର୍ଡ ଦେଖିବାକୁ ମିଳିଛି । ଅକ୍ଟୋବରରେ ୟୁପିଆଇ ଜରିଆରେ ୧,୬୫୮ କୋଟି ସଂଖ୍ୟକ ଟ୍ରାଞ୍ଜାକ୍‌ସନ ହୋଇଛି । ଆଲୋଚ୍ୟ ସମୟରେ ୨୩.୫୦ ଲକ୍ଷ କୋଟି ଟଙ୍କାର ଫଣ୍ଡ୍‌ ଟ୍ରାନ୍ସଫର କରାଯାଇଛି । ଗତବର୍ଷ ଅକ୍ଟୋବର ତୁଳନାରେ ଟ୍ରାଞ୍ଜାକ୍‌ସନ ସଂଖ୍ୟାରେ ୪୫% ବୃଦ୍ଧି ଘଟିଛି । 

୨୦୧୬ ଏପ୍ରିଲରେ ୟୁପିଆଇ ବ୍ୟବସ୍ଥାର ଆରମ୍ଭ ହୋଇଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମାସରେ ଏହା ହେଉଛି ସର୍ବବୃହତ୍‌ ଟ୍ରାଞ୍ଜାକ୍‌ସନ । ୨୦୨୩ ଅକ୍ଟୋବରରେ ୟୁପିଆଇ ଜରିଆରେ ୧,୧୪୧ କୋଟି ସଂଖ୍ୟକ ଟ୍ରାଞ୍ଜାକ୍‌ସନ ହୋଇଥିଲା ଏବଂ ଏହା ଜରିଆରେ ୧୭.୧୬ ଲକ୍ଷ କୋଟିର ଫଣ୍ଡ୍‌ ଟ୍ରାନ୍ସଫର କରାଯାଇଥିଲା । ବର୍ଷକରେ ୟୁପିଆଇ ଜରିଆରେ ଟ୍ରାଞ୍ଜାକ୍‌ସନ ରାଶିରେ ୩୭% ବୃଦ୍ଧି ଘଟିଛି । ୨୦୨୪ ଅକ୍ଟୋବରରେ ଯଦି ଦୈନିକ ହାରାହାରି କାରବାର କଥା ବିଚାରକୁ ନିଆଯାଏ ତେବେ ଏହା ୫୩ କୋଟି ୫୦ ଲକ୍ଷ ରହିଛି ଏବଂ ଦୈନିକ ହାରାହାରି ୭୫,୮୦୧ କୋଟି ଟଙ୍କାର ଫଣ୍ଡ୍‌ ଟ୍ରାନ୍ସଫର ହୋଇଛି । ୨୦୨୪ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଟ୍ରାଞ୍ଜାକ୍‌ସନ ସଂଖ୍ୟାରେ ୧୦.୨୩% ବୃଦ୍ଧି ଘଟିଛି । ସେହିଭଳି ଟ୍ରାନ୍ସଫର ରାଶିରେ ୧୩.୮୫% ବୃଦ୍ଧି ଦେଖିବାକୁ ମିଳିଛି । 

୨୦୨୪ ସେପ୍ଟେମ୍ବରରେ ୟୁପିଆଇ ଜରିଆରେ ୧,୫୦୪ କୋଟି ସଂଖ୍ୟକ ଟ୍ରାଞ୍ଜାକ୍‌ସନ ହୋଇଥିଲା ଏବଂ ଏହା ଜରିଆରେ ୨୦.୬୪ ଲକ୍ଷ କୋଟିର ଫଣ୍ଡ୍‌ ଟ୍ରାନ୍ସଫର କରାଯାଇଥିଲା । ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା ନ୍ୟାସ୍‌ନାଲ ପେମେଣ୍ଟ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ପକ୍ଷରୁ ଆଜି ଜାରି ହୋଇଥିବା ତଥ୍ୟରୁ ଉପରୋକ୍ତ ସୂଚନା ମିଳିଛି । ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୫ ମାସ(ଏପ୍ରିଲ-ଅଗଷ୍ଟ)ରେ ୮,୬୫୯ କୋଟି ସଂଖ୍ୟକ ଡିଜିଟାଲ ପେମେଣ୍ଟ ହୋଇଛି ଏବଂ ଏହା ଜରିଆରେ ମୋଟ ୧,୬୬୯ ଲକ୍ଷ କୋଟିର ଫଣ୍ଡ୍‌ ଟ୍ରାନ୍ସଫର କରାଯାଇଛି । ୨୦୧୭-୧୮ ସମ୍ପୂର୍ଣ୍ଣ ଆର୍ଥିକବର୍ଷରେ ୨,୦୭୧ କୋଟି ସଂଖ୍ୟକ ଡିଜିଟାଲ ଟ୍ରାଞ୍ଜାକ୍‌ସନ ହୋଇଥିଲା ଏବଂ ଏହା ମାଧ୍ୟମରେ ୧,୯୬୨ ଲକ୍ଷ କୋଟି ଟଙ୍କାର ଫଣ୍ଡ୍‌ ଟ୍ରାନ୍ସଫର କରାଯାଇଥିଲା । ଉକ୍ତ ଅବଧି ତୁଳନାରେ ବର୍ତ୍ତମାନ ଟ୍ରାଞ୍ଜାକ୍‌ସନ ସଂଖ୍ୟାରେ ୯ ଗୁଣା ବୃଦ୍ଧି ଘଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.