ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରେଢାଖୋଲ ରଥଯାତ୍ରା; ଠାକୁରଙ୍କ ପହଣ୍ଡି ବିଜେ ଶେଷ, ଛେରା ପହଁରା କଲେ ରାଜା ପୃଥ୍ୱୀରାଜ ଜେନାମଣି ଦେଓ

Published By : Rasmita Pradhan | June 27, 2025 12:58 PM

ରେଢ଼ାଖୋଲ, ୨୭/୬: ରେଢାଖୋଲରେ ମହାସମାରୋହରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଦେବୋତ୍ତର ବିଭାଗର ଆନୁକୂଲ୍ୟରେ ଅନୁଷ୍ଠିତ ରଥଯାତ୍ରାରେ ରେଢାଖୋଲ ବ୍ରହ୍ମ ସମାଜର ସଦସ୍ୟମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ନେଇଛନ୍ତି। ରେଢ଼ାଖୋଲ ରାଜା ପୃଥ୍ୱୀରାଜ ଜେନାମଣି ଦେଓ ରଥରେ ଛେରା ପହଁରା କରିଛନ୍ତି। 

ଠାକୁରଙ୍କ ପହଣ୍ଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଓଡ଼ିଶୀ ନୃତ୍ୟ, ଦୁଲଦୁଲି, ସଙ୍କୀର୍ତ୍ତନ ପରିବେଷଣ କରାଯାଇଛି। ପହଣ୍ଡି ଓ ରଥଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଙ୍ଗମ ହୋଇଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.