ଭୁବନେଶ୍ୱର ୨୪/୦୮: ହିନ୍ଦୁ ଧର୍ମରେ ଔଷଧୀୟ ଗୁଣରେ ଭରା ତୁଳସୀ ଗଛ ପବିତ୍ର ବୋଲି ମାନ୍ୟତା  ରହିଛି । ସକାଳେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇବା ଦ୍ୱାରା ଅନେକ  ଫାଇଦା ମିଳିଥାଏ । କେବଳ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇ ନଥାଏ, ବରଂ ତ୍ୱଚା  ଓ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଔଷଧୀୟ ଗୁଣରେ ଭରା ତୁଳସୀ ଅନେକ ଫାଇଦା ଦେଇଥାଏ । ତୁଳସୀର ଧର୍ମୀୟ ମହତ୍ତ୍ୱ ସହ  ବୈଜ୍ଞାନିକ ଗୁଣ ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା ତୁଳସୀ ପତ୍ରର କିଛି ଫାଇଦା ବିଷୟରେ…

ମଧୁମେହ ପାଇଁ ଫାଇଦା :

ମଧୁମେହ ରୋଗୀ ସକାଳେ ଖାଲି ପେଟରେ ୪/୫ଟି ତୁଳସୀ ପତ୍ର ଚୋବାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । 

ପେଟ ସମସ୍ୟାରୁ ରକ୍ଷା ମିଳେ : 

ଯଦି କୌଣସି ପେଟ ସମସ୍ୟା ରହିଥାଏ, ତେବେ ସକାଳେ ପାଟି ସଫା କରିବା ପୂର୍ବରୁ ୪/୫ଟି ତୁଳସୀ  ପତ୍ର ଚୋବାଇ  ଖାଇବା ଦ୍ୱାରା  ଅନେକ ଫାଇଦା   ମିଳିଥାଏ ।  ଏହା  ଗ୍ୟାସ୍‌, ବଦ୍‌ହଜମୀ  ଓ ଅନେକ ପେଟ   ସମସ୍ୟା ଦୂର  କରିଥାଏ ।

ଚିନ୍ତା ଦୂରାଏ :

ତୁଳସୀ ପତ୍ର କେବଳ ଶାରୀରିକ ନୁହେଁ, ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ  ଫାଇଦା ଦେଇଥାଏ । ନିୟମିତ ତୁଳସୀ ପତ୍ର ଚୋବାଇବା ଦ୍ୱାରା ଚିନ୍ତା ଓ  ଆଙ୍ଗ୍‌ଜାଇଟି ଦୂର ହୋଇଥାଏ । ଏଥିରେ ଏମିତି ତତ୍ତ୍ୱ ରହିଥାଏ, ଯାହା ଷ୍ଟ୍ରେସ୍‌   ହର୍‌ମୋନ୍‌କୁ ନିୟନ୍ତ୍ରିତ କରିଥାଏ ।  

ପାଟିର ଗନ୍ଧ ଦୂରାଏ :

ପାଟି ଗନ୍ଧକୁ ନେଇ ସମସ୍ୟା ରହିଥିଲେ । ନିୟମିତ ସକାଳେ ତୁଳସୀ ପତ୍ର   ଚୋବାଇବା ଦ୍ୱାରା ପାଟି ସଫା ହେବା ସହ ବ୍ୟାକ୍ଟେରିଆ ଦୂର ହୋଇଥାନ୍ତି ।  ଫଳରେ ଶ୍ୱାସରେ ସତେଜତା ଆସିଥାଏ ।  

ରୋଗ ପ୍ରତିରୋଧକ ଶକ୍ତି ବଢାଏ :

ବାରମ୍ବାର ରୋଗ ହେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ ।   ତୁଳସୀ ପତ୍ର ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଅକ୍ସିଡାଣ୍ଟସ୍‌ ଗୁଣ ଯୋଗୁ ଇମ୍ୟୁନିଟି ବଢିଥାଏ । ଫଳରେ ଶରୀର ରୋଗ ସହ  ଲଢିବାକୁ ସାମର୍ଥ୍ୟ ହାସଲ କରିଥାଏ ।