ପ୍ରମୂଖ ଖବର
  • ଟାଙ୍ଗି: ବୋମାମାଡ କରି ଛଣଗିରି ଗ୍ରାମରେ ଥିବା ସୁନା ଦୋକାନରୁ ଲୁଟ୍
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ନିୟମିତ ଖାଆନ୍ତୁ ୪/୫ଟି ତୁଳସୀ ପତ୍ର, ମଧୁମେହ ସମସ୍ୟାରୁ ମିଳିବ ମୁକ୍ତି

Published By : Krishna Priya | August 24, 2025 12:55 PM

ଭୁବନେଶ୍ୱର ୨୪/୦୮: ହିନ୍ଦୁ ଧର୍ମରେ ଔଷଧୀୟ ଗୁଣରେ ଭରା ତୁଳସୀ ଗଛ ପବିତ୍ର ବୋଲି ମାନ୍ୟତା  ରହିଛି । ସକାଳେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇବା ଦ୍ୱାରା ଅନେକ  ଫାଇଦା ମିଳିଥାଏ । କେବଳ ସ୍ୱାସ୍ଥ୍ୟ ପାଇଁ ଫାଇଦା ହୋଇ ନଥାଏ, ବରଂ ତ୍ୱଚା  ଓ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଔଷଧୀୟ ଗୁଣରେ ଭରା ତୁଳସୀ ଅନେକ ଫାଇଦା ଦେଇଥାଏ । ତୁଳସୀର ଧର୍ମୀୟ ମହତ୍ତ୍ୱ ସହ  ବୈଜ୍ଞାନିକ ଗୁଣ ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା ତୁଳସୀ ପତ୍ରର କିଛି ଫାଇଦା ବିଷୟରେ…

ମଧୁମେହ ପାଇଁ ଫାଇଦା :

ମଧୁମେହ ରୋଗୀ ସକାଳେ ଖାଲି ପେଟରେ ୪/୫ଟି ତୁଳସୀ ପତ୍ର ଚୋବାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ । 

ପେଟ ସମସ୍ୟାରୁ ରକ୍ଷା ମିଳେ : 

ଯଦି କୌଣସି ପେଟ ସମସ୍ୟା ରହିଥାଏ, ତେବେ ସକାଳେ ପାଟି ସଫା କରିବା ପୂର୍ବରୁ ୪/୫ଟି ତୁଳସୀ  ପତ୍ର ଚୋବାଇ  ଖାଇବା ଦ୍ୱାରା  ଅନେକ ଫାଇଦା   ମିଳିଥାଏ ।  ଏହା  ଗ୍ୟାସ୍‌, ବଦ୍‌ହଜମୀ  ଓ ଅନେକ ପେଟ   ସମସ୍ୟା ଦୂର  କରିଥାଏ ।

ଚିନ୍ତା ଦୂରାଏ :

ତୁଳସୀ ପତ୍ର କେବଳ ଶାରୀରିକ ନୁହେଁ, ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ  ଫାଇଦା ଦେଇଥାଏ । ନିୟମିତ ତୁଳସୀ ପତ୍ର ଚୋବାଇବା ଦ୍ୱାରା ଚିନ୍ତା ଓ  ଆଙ୍ଗ୍‌ଜାଇଟି ଦୂର ହୋଇଥାଏ । ଏଥିରେ ଏମିତି ତତ୍ତ୍ୱ ରହିଥାଏ, ଯାହା ଷ୍ଟ୍ରେସ୍‌   ହର୍‌ମୋନ୍‌କୁ ନିୟନ୍ତ୍ରିତ କରିଥାଏ ।  

ପାଟିର ଗନ୍ଧ ଦୂରାଏ :

ପାଟି ଗନ୍ଧକୁ ନେଇ ସମସ୍ୟା ରହିଥିଲେ । ନିୟମିତ ସକାଳେ ତୁଳସୀ ପତ୍ର   ଚୋବାଇବା ଦ୍ୱାରା ପାଟି ସଫା ହେବା ସହ ବ୍ୟାକ୍ଟେରିଆ ଦୂର ହୋଇଥାନ୍ତି ।  ଫଳରେ ଶ୍ୱାସରେ ସତେଜତା ଆସିଥାଏ ।  

ରୋଗ ପ୍ରତିରୋଧକ ଶକ୍ତି ବଢାଏ :

ବାରମ୍ବାର ରୋଗ ହେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ ।   ତୁଳସୀ ପତ୍ର ଖାଇବା ଦ୍ୱାରା ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଅକ୍ସିଡାଣ୍ଟସ୍‌ ଗୁଣ ଯୋଗୁ ଇମ୍ୟୁନିଟି ବଢିଥାଏ । ଫଳରେ ଶରୀର ରୋଗ ସହ  ଲଢିବାକୁ ସାମର୍ଥ୍ୟ ହାସଲ କରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.