ପ୍ରମୂଖ ଖବର
  • ଭାରତ ସମର୍ଥନରେ ବାହାରିଲା ଚୀନ୍, ଟ୍ରମ୍ପଙ୍କ ଟାରିଫକୁ ନେଇ ଆମେରିକା ଉପରେ ବର୍ଷିଲା
  • ||
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

୨୦୨୪-୨୦୨୫ଆର୍ଥିକ ବର୍ଷରେ ସରକାରୀ ରାଜକୋଷରେ ୨.୧୦ଲକ୍ଷ କୋଟି ଟଙ୍କା ଜମା କରିଛି ରିଲାଏନ୍ସ

Published By : Gurupada Nath | August 7, 2025 9:29 PM

ମୁମ୍ବାଇ,୭/୮ : ଦେଶର ପ୍ରମୁଖ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ଟିକସ, ଲେଭି, ସ୍ପେକ୍ଟ୍ରମ୍ ଚାର୍ଜ ଏବଂ ଅନ୍ୟାନ୍ୟ ସାମଗ୍ରୀ ବାବଦରେ ସରକାରୀ ରାଜକୋଷରେ ୨,୧୦,୨୬୯ କୋଟି ଟଙ୍କା ଯୋଗଦାନ କରିଛି। ଏହା ପୂର୍ବ ଆର୍ଥିକ ବର୍ଷର ୧,୮୬,୪୪୦ କୋଟି ଟଙ୍କା ଅପେକ୍ଷା ୧୨.୮ ପ୍ରତିଶତ ଅଧିକ ରହିଛି। ଏହା ପ୍ରଥମ ଥର ଯେ ଜାତୀୟ ରାଜକୋଷରେ ରିଲାଏନ୍ସର ଅବଦାନ ୨ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହା ସହିତ, ୨୦୨୦ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ଯାଏଁ ଅର୍ଥାତ୍ ଗତ ଛଅ ବର୍ଷ ମଧ୍ୟରେ ରିଲାଏନ୍ସ ଜାତୀୟ ରାଜକୋଷରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା କରିଛି। ସୂଚନାଯୋଗ୍ୟ ଯେ ରିଲାଏନ୍ସ ହେଉଛି ଦେଶର ଜାତୀୟ ରାଜକୋଷରେ ସର୍ବାଧିକ ଅବଦାନ ଦେଉଥିବା କମ୍ପାନୀ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ରିପୋର୍ଟରେ, କମ୍ପାନୀ ପକ୍ଷରୁ ଗତ ୧୦ବର୍ଷର ହିସାବ ମଧ୍ୟ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀ ଗତ ୧୦ବର୍ଷ ମଧ୍ୟରେ ଏହାର ସେୟାର ହୋଲ୍ଡରମାନଙ୍କୁ ସେମାନଙ୍କ ନିବେଶର ୫ ଗୁଣ ମୂଲ୍ୟ ଦେଇଛି । କମ୍ପାନୀର ବଜାର ପୁଞ୍ଜି ଗତ ୧୦ ବର୍ଷରେ ୫ ଗୁଣରୁ ଅଧିକ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୭,୨୫,୩୭୮ କୋଟି ଟଙ୍କା ହୋଇଛି ଯାହା ୧୦ ବର୍ଷ ପୂର୍ବରୁ ୩୩୮,୭୦୩ କୋଟି ଟଙ୍କା ଥିଲା। କମ୍ପାନୀର ସମନ୍ୱିତ ରାଜସ୍ୱରେ ମଧ୍ୟ ୩.୬୫ ଗୁଣ ବୃଦ୍ଧି ଦେଖାଯାଇଛି। ବାର୍ଷିକ ଶୁଦ୍ଧ ଲାଭ ୨୦୧୫-୧୬ ଆର୍ଥିକ ବର୍ଷରେ ୨୯,୮୬୧ କୋଟି ଟଙ୍କାରୁ ୨.୭୨ ଗୁଣ ବୃଦ୍ଧି ପାଇ ୨୦୨୪-୨୫ରେ ୮୧,୩୦୯ କୋଟି ଟଙ୍କା ହୋଇଛି ବୋଲି ରିଲାଏନ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.