ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ୮ସ୍ୱର୍ଣ୍ଣ ସମେତ ୧୨ପଦକ ଜିତିଲେ ରିଲାଏନ୍ସ ଫାଉଣ୍ଡେସନ ଆଥଲେଟ୍‌

Published By : Gurupada Nath | December 12, 2024 8:48 PM

ଭୁବନେଶ୍ୱର, ୧୨/୧୨ : ଚଳିତ ୭ରୁ ୧୧ଡିସେମ୍ବର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ୩୯ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ରିଲାଏନ୍ସ ଫାଉଣ୍ଡେସନର ଯୁବ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ୮ ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ ଏବଂ ୨ ଟି ବ୍ରୋଞ୍ଜ ପଦକ ସମେତ ମୋଟ ୧୨ ଟି ପଦକ ଜିତିଛନ୍ତି । ପୁରୁଷ ୧୦୦ ମିଟର ଦୌଡ଼ରେ (୧୦.୫୦ ସେକେଣ୍ଡ) ଏବଂ ୨୦୦ ମିଟର ଦୌଡ଼ରେ (୨୧.୨୭ ସେକେଣ୍ଡ) ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ନେଉଥିବା ଆଥଲେଟ୍‌ ଦଣ୍ଡପତି ଜୟରାମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହିତ ସେ ମହେନ୍ଦ୍ର ସାନ୍ତା, ରାଜେନ୍ଦ୍ର ସିଦ୍ଧୁ ଏବଂ ଆସ୍ତିକ ପ୍ରଧାନଙ୍କ ସହ ମିଶି ୪ଙ୍ଘ୧୦୦ ମିଟର ରିଲେ ଦୌଡ଼ରେ ଏକ ନୂତନ ମିଟ୍‌ ରେକର୍ଡ (୪୧.୧୦ ସେକେଣ୍ଡ) ସୃଷ୍ଟି କରିଥିଲେ । 

ନିଜ ସଫଳତାରେ ବେଶ ଉତ୍ସାହିତ ଥିବା ଜୟରାମ କହିଛନ୍ତି, "ତିନୋଟି ସ୍ୱର୍ଣ୍ଣ ପଦକ ଜିତିବା ଗର୍ବର ବିଷୟ କାରଣ ଜଣେ ଧାବକଙ୍କ ପାଇଁ ତିନୋଟି ସ୍ୱର୍ଣ୍ଣ ଜିତିବା ସହଜ ନଥାଏ । ଆଉ ଏଭଳି ବିଜୟ ନିଜ ମାଟିର ନିଜର ପ୍ରିୟ ଦର୍ଶକଙ୍କ ଗହଣରେ ଲାଭ କରିବା ଏହାକୁ ଅଧିକ ସ୍ୱତନ୍ତ୍ର କରିଛି । ଓଡିଶା ସରକାର ଏବଂ ରିଲାଏନ୍ସ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ବର୍ଷ ହେବାକୁ ଥିବା ଜାତୀୟ କ୍ରୀଡା ଏବଂ ବିଶ୍ୱ ୟୁନିଭର୍ସିଟି ଗେମ୍ସ ଉପରେ ମନୋନିବେଶ କରି ଲକ୍ଷ୍ୟ ମୁତାବକ ପ୍ରଦର୍ଶନ କରିବାର ଆଶା ରହିଛି ବୋଲି କହିଛନ୍ତି ଜୟରାମ ।"

ମହିଳା ବର୍ଗରେ ରିଲାଏନ୍ସ ଫାଉଣ୍ଡେସନର ସାକ୍ଷୀ ଚବନ ୧୦୦ ମିଟର (୧୧.୮୬ ସେକେଣ୍ଡ) ଏବଂ ୨୦୦ ମିଟର (୨୪.୧୪ ସେକେଣ୍ଡ) ରେ ସ୍ୱର୍ଣ୍ଣ ଜିତିବା ସହିତ ୨୦ ବର୍ଷରୁ କମ ବୟସ ବର୍ଗର ଶ୍ରେଷ୍ଠ ମହିଳା ଆଥଲେଟ୍‌ ଆଖ୍ୟା ଅର୍ଜନ କରିଛନ୍ତି । ଅନ୍ୟ ସ୍ୱର୍ଣ୍ଣ ପଦକ ମଧ୍ୟରେ ଓଁକାର ପ୍ରସାଦ ନନ୍ଦ ୧୯.୯୬ ମିଟର ଥ୍ରୋ ସହିତ ପୁରୁଷ ସଟପୁଟ ପ୍ରତିଯୋଗିତାରେ ବିଜୟ ଲାଭ କରିଥିଲେ । ପୁରୁଷ ୧୧୦ ମିଟର ବାଧା ଦୌଡ଼ରେ ସନ୍ଦୀପ ଗୋଣ୍ଡ (୧୪.୦୨ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିଭଳି ମହିଳା ୮୦୦ ମିଟର ଦୌଡ଼ରେ ଲକ୍ଷ୍ମୀପ୍ରିୟା କିଶାନ୍‌ ନିଜର ଛାପ ଛାଡିବା ସହିତ (୨: ୧୪.୪୪ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ରୌପ୍ୟ ପଦକ ବିଜେତାମାନଙ୍କ ମଧ୍ୟରେ ସବିତା ଟପ୍ପୋ ମହିଳା ୧୦୦ ମିଟର ଦୌଡ଼ରେ (୧୪.୧୭ ସେକେଣ୍ଡ) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ୪୦୦ ମିଟର ଦୌଡ଼ରେ (୪୬.୯୭ ସେକେଣ୍ଡ) ରେ ଆସ୍ତିକ ପ୍ରଧାନ ରୌପ୍ୟ ପଦକ ଜିତିଛନ୍ତି । ବ୍ରୋଞ୍ଜ ପଦକ ବିଜେତାମାନଙ୍କ ମଧ୍ୟରେ ପୁରୁଷ ଜାଭେଲିନ୍‌ ଥ୍ରୋରେ ଋଷଭ ଗିରି (୬୯.୮୩ ମିଟର) ଏବଂ ୧୬ ବର୍ଷରୁ କମ ପୁରୁଷ ବର୍ଗରେ ୬୦୦ ମିଟର ଦୌଡ଼ରେ ଅନି ସାଲବାମ୍‌ (୧: ୨୨.୫୦ ସେକେଣ୍ଡ) ପଦକ ସ୍ଥାନରେ ରହିଥିଲେ । ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ଓୱେନ୍ସ ଖେଳାଳିଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି କହିଛନ୍ତି, "ଏହି ସଫଳତା ସେମାନଙ୍କର ଉତ୍ସର୍ଗୀକୃତ ସାଧନା ଏବଂ ପ୍ରସ୍ତୁତିର ଫଳ । ଦଳର ସମର୍ଥନ ଏବଂ ଆଥଲେଟମାନଙ୍କ କଠିନ ପରିଶ୍ରମ ହିଁ ଏହି ଉତ୍ତମ ପ୍ରଦର୍ଶନ ସମ୍ଭବ କରିଛି ।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.