ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

୧୦ ଲକ୍ଷ କୋଟି ଟଙ୍କା ଟପିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ମୋଟ ରାଜସ୍ବ ରେକର୍ଡ

Published By : Soubhagya Ranjan | April 26, 2025 12:25 AM

ଭୁବନେଶ୍ବର,୨୬/୦୪: ୧୦ ଲକ୍ଷ କୋଟି ଟଙ୍କାର ନେଟୱର୍ଥ ସହିତ ଦେଶର ପ୍ରଥମ କମ୍ପାନୀ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟିଜ। ୨୦୨୪-୨୦୨୫ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ବ ରେକର୍ଡ ୧୦, ୭୧,୧୭୪ କୋଟି ଟଙ୍କା ହୋଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨.୯ ପ୍ରତିଶତ ବୃଦ୍ଧି ସହ ୮୧,୩୦୯ କୋଟି ଟଙ୍କା ହୋଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ମୋଟ ରାଜସ୍ବ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୮.୮ ପ୍ରତିଶତ ବଢି ୨୮,୮,୧୩୮ କୋଟି ଟଙ୍କା। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୬.୪ ପ୍ରତିଶତ ବଢି ୨୨,୬୧୧ କୋଟି ଟଙ୍କା ହୋଇଛି। 

ରିଲାଏନ୍ସ ରିଟେଲ୍‌ର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ମୋଟ ରାଜସ୍ବ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୫.୭ ପ୍ରତିଶତ ବଢି ୮୮,୬୨୦ କୋଟି ଟଙ୍କା ହୋଇଛି। ରିଲାଏନ୍ସ ରିଟେଲ ଏହି ତ୍ରୈମାସିକରେ ଖୋଲିଛି ୧୦୮୯ ନୂଆ ଷ୍ଟୋର। ମାର୍ଚ୍ଚ ଶେଷ ସୁଦ୍ଧା ରିଲାଏନ୍ସ ରିଟେଲ୍‌ର ଦେଶରେ ମୋଟ ଷ୍ଟୋର ସଂଖ୍ୟା ୧୯,୩୪୦ କୁ ବୃଦ୍ଧି ପାଇଛି। ତୈଳ ଓ ରସାୟନ କ୍ଷେତ୍ରର ରାଜସ୍ବ ଗତ ବର୍ଷ ସମାନ ସମୟ ତୁଳନାରେ ୧୫.୪ ପ୍ରତିଶତ ବଢି ମାର୍ଚ୍ଚ ତ୍ରୈମାସିକରେ ୧୬,୪,୬୧୩ କୋଟି ଟଙ୍କା ହୋଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.