ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ୟୁଏଇରେ ମଧ୍ୟ ବିକ୍ରି ହେବ ରିଲାଏନ୍ସର କାମ୍ପା ; ରିଲାଏନ୍ସ ପକ୍ଷରୁ ଏଗଥିଆ ଗ୍ରୁପ୍ ସହିତ ସହଭାଗିତା

Published By : Prameya | February 18, 2025 10:19 PM

ଦୁବାଇ, ୟୁଏଇ / ବେଙ୍ଗାଲୁରୁ, ୧୮/୨ : ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍‌ (ଆରସିପିଏଲ) ୟୁଏଇରେ କାମ୍ପା ବ୍ରାଣ୍ଡ ଶୁଭାରମ୍ଭ କରିଛି । ବିଶ୍ୱର ସର୍ବବୃହତ ଖାଦ୍ୟ ଏବଂ ପାନୀୟ ସୋର୍ସିଂ ଇଭେଣ୍ଟ ଗଲ୍ଫୁଡ୍‌ ରେ ଏହି ଶୁଭାରମ୍ଭ ହୋଇଛି । ୟୁଏଇର ଏଗଥିଆ ଗ୍ରୁପ୍‌ ସହିତ ସହଭାଗିତାରେ ଏହା ଆରମ୍ଭ କରାଯାଇଛି । ଏଗଥିଆ ଗ୍ରୁପ୍‌ ୟୁଏଇର ଅନ୍ୟତମ ପ୍ରସିଦ୍ଧ ଖାଦ୍ୟ ଏବଂ ପାନୀୟ କମ୍ପାନୀ । ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ସିଓଓ କେତନ ମୋଦି କହିଛନ୍ତି, “ଆମେ ୫୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ ବ୍ରାଣ୍ଡ କାମ୍ପା ସହିତ ୟୁଏଇ ବଜାରରେ ପ୍ରବେଶ କରିବାକୁ ନେଇ ବେଶ ଉତ୍ସାହିତ ରହିଛୁ । ଆମେ ଦୀର୍ଘ ଅବଧି ପାଇଁ ନିବେଶ କରୁଛୁ ଏବଂ ଏହି କ୍ଷେତ୍ରରେ ଦ୍ରୁତ ବିକାଶର ସମ୍ଭାବନା ଦେଖୁଛୁ । ଆମ ପାଖରେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତାର ଉତ୍ପାଦ ପ୍ରଦାନ କରିବାର ଆମର ଟ୍ରକ ରେକର୍ଡ ରହିଛି  । କାମ୍ପା କେବଳ ଏକ ପାନୀୟ ନୁହେଁ, ଏହା ଏକ ଐତିହ୍ୟର ପୁନରୁଦ୍ଧାର, ଏହାର ଭାରତର ସ୍ୱାଦ । ଆମେ ନିଶ୍ଚିତ ଯେ ୟୁଏଇ ଗ୍ରାହକମାନେ ଏହାର ସତେଜ ସ୍ୱାଦକୁ ଭଲ ପାଇବେ ।”

ସହଭାଗିତା ସମ୍ପର୍କରେ ସୂଚନା ଦେଇ ଏଗଥିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍‌ ସ୍ମିଥ୍‌ କହିଛନ୍ତି, "କାମ୍ପା କୋଲାକୁ ୟୁଏଇକୁ ଆଣିବା ପାଇଁ ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ସହ ସହଭାଗୀ ହୋଇ ଆମେ ଅତ୍ୟଧିକ ଆନନ୍ଦିତ । ଏହି ଆଇକନିକ୍‌ ବ୍ରାଣ୍ଡ ଅନେକଙ୍କ ପାଇଁ ପୁରୁଣା ସ୍ମୃତି ଭଳି ଏବଂ ଆମେ ବିଶ୍ୱାସ କରୁଛୁ ଯେ ଏହା ୟୁଏଇର ମହତ୍ତ୍ୱପୂର୍ଣ୍ଣ ଭାରତୀୟ ପ୍ରବାସୀ ସମୁଦାୟ ଓ ସ୍ଥାନୀୟ ଉପଭୋକ୍ତାଙ୍କ ସହିତ ସମାନ ଭାବରେ ସଂଯୁକ୍ତ ହେବ । ଏହି ସହଭାଗିତା ଏଗଥିଆର ବିବିଧ ପାନୀୟ ପୋର୍ଟଫୋଲିଓକୁ ଆହୁରି ସଶକ୍ତ କରିବ । ଆମର ମଜଭୁତ ବିତରଣ ନେଟୱାର୍କ ଓ ବଜାର ବିଶେଷଜ୍ଞତା ସହିତ ଆମେ ୟୁଏଇରେ ଉପଭୋକ୍ତାଙ୍କ ନୂଆ ପିଢ଼ିଙ୍କ ପାଇଁ କାମ୍ପା କୋଲା ପୁଣିଥରେ ଉପଲବ୍ଧ କରିବାକୁ ନେଇ ବେଶ ଉତ୍ସାହିତ ରହିଛୁ ।"

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କାମ୍ପା ପୋର୍ଟଫୋଲିଓରେ ପ୍ରଥମେ କାମ୍ପା କୋଲା, କାମ୍ପା ଲେମନ ଓ କାମ୍ପା ଅରେଞ୍ଜ ଏବଂ କୋଲା ଜିରୋ ଉପଲବ୍ଧ ହେବ । ଏହାର ଆକର୍ଷଣୀୟ ଲାଲ ଓ ବାଇଗଣୀ ପ୍ୟାକେଜିଂ ଏବଂ ସୁଲଭ ମୂଲ୍ୟର ପ୍ରତିଶୃତି ସହିତ କାମ୍ପା ୟୁଏଇରେ ସଫଳତାର ଆଉ ଏକ କାହାଣୀ ଲେଖିବାକୁ ଯାଉଛି । ସୂଚନା ଯୋଗ୍ୟ ଯେ ରିଲାଏନ୍ସ ୨୦୨୨ ରେ କାମ୍ପା କୋଲା ଅଧିଗ୍ରହଣ କରିଥିଲା ଏବଂ ୨୦୨୩ ରେ ଏହାକୁ ଭାରତରେ ପୁନଃ ପ୍ରଚଳନ କରିଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.