ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

‘କିଛି ଲୋକ BMW ରେ ଷ୍ଟ୍ରଗଲ୍‌ କରନ୍ତି’...ନିଜର ଅତୀତକୁ ମନେ ପକାଇ ଆଜିର ଷ୍ଟାର୍‌ କିଡ୍‌ଙ୍କୁ ଟାର୍ଗେଟ୍‌ କଲେ ଶାହିଦ

Published By : Prameya | January 27, 2025 10:25 AM

ମୁମ୍ବାଇ ୨୭/୦୧: ଶାହିଦ କପୁର ଆଜି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଶାହିଦଙ୍କ ପିତା ପଙ୍କଜ କପୁର ମଧ୍ୟ ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତାମାନଙ୍କ ମଧ୍ୟରେ ଜଣେ। ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ତଥାପି ଶାହିଦଙ୍କୁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ ଅନେକ ସଂଘର୍ଷ କରିବାକୁ ପଡିଛି। ଅନେକ ଅଡିସନ୍ ଦେବାକୁ ପଡିଛି। ତାଙ୍କୁ ସହଜରେ ନେମ୍‌ ଫେମ୍‌ ମିଳିନାହିଁ।

ଶାହିଦଙ୍କୁ ଯେତେବେଳେ ୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପା-ମା’ ଅଲଗା ହୋଇଯାଇଥିଲେ। ଶାହିଦଙ୍କୁ ତାଙ୍କ ମା’ ନୀଲିମା ଅଜିମ ଲାଳନପାଳନ କରିଥିଲେ। ପିଲାଦିନରେ ଅଭିନେତା ଅନେକ କଷ୍ଟ ସହିଛନ୍ତି। ଏବେ ଅନେକ ବର୍ଷ ପରେ ଅଭିନେତା ତାଙ୍କ ଜୀବନ ସହ ଜଡିତ କାହାଣୀ ଶୁଣାଇଛନ୍ତି। ରାଜ ଶମାନୀଙ୍କ ପୋଡକାଷ୍ଟରେ ତାଙ୍କର ସଂଘର୍ଷ ବିଷୟରେ ଶାହିଦ କହିଛନ୍ତି, “ମୋ ବାପା ଜଣେ ଅଭିନେତା ଏବଂ ମୋ ମା’ ୧୫ ବର୍ଷ ବୟସରୁ ଜଣେ କଥକ ନୃତ୍ୟଶିଳ୍ପୀ । ମୁଁ ଭଡା ଘରେ ରହିଥିଲି। ମୁଁ ଅନେକ ଅଡିସନ୍ ଦେଇଛି। ମୋତେ କୌଣସି ସୁବିଧା ମିଳିନଥିଲା। ମୋର ପରିସ୍ଥିତି ଯୋଗୁଁ ମୁଁ ଜୀବନସାରା ନିଜକୁ ଶିକାର ଭଳି ଅନୁଭବ କରିଛି । କିନ୍ତୁ କିଛି ଲୋକ BMW ରେ ସଂଘର୍ଷ କରନ୍ତି।  ସେମାନେ ଦେଶର ଶ୍ରେଷ୍ଠ ୨-୩ ନିର୍ଦ୍ଦେଶକଙ୍କ ସହ ତାଙ୍କର ଯାତ୍ରା ଆରମ୍ଭ କରନ୍ତି। କିନ୍ତୁ ମୁଁ ୨୫୦ ଅଡିସନ ଦେବା ପରେ ଆସିଛି । ମୋର ପରିସ୍ଥିତି ମୋତେ ସପୋର୍ଟ କଲା ନାହିଁ ।”

ଶାହିଦ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ଫ୍ୟାଶନ ସେନ୍ସକୁ ବହୁତ ପ୍ରଶଂସା କରାଯାଉଛି। ଲୋକ କହୁଛନ୍ତି ଶାହିଦଙ୍କ ଫ୍ୟାଶନ୍ ସେନ୍ସ ବହୁତ ଭଲ। କିନ୍ତୁ ମୁଁ ଏଭଳି ଜିନିଷ ଉପରେ ହସୁଛି, କାରଣ ମୋର ମନେ ଅଛି ସେହି ସମୟ ଯେତେବେଳେ ମୋ ପାଖରେ ଲୋଖଣ୍ଡୱାଲାରୁ ପୋଷାକ କିଣିବାକୁ ବି ଟଙ୍କା ନଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.