ନୂଆଦିଲ୍ଲୀ - ଆମେରିକା ଇସ୍ଫହାନର ଦକ୍ଷିଣୀ ଅଞ୍ଚଳରେ ଏକ ବଡ଼ ସାମରିକ ଅପରେସନ ଚଲାଇ ଥିଲା। ତାର ଜଣେ ପାଇଲଟଙ୍କୁ ରକ୍ଷା କରିବା ପାଇଁ ସେ ଏହି ସାହସିକ ପଦକ୍ଷେପ ନେଇଥିଲା। ଘଟଣା ଏୟା ଥିଲା ଯେ, ଇରାନ ଗତ ଶୁକ୍ରବାର ଆମେରିକାର ଫାଇଟର ବିମାନ F-15E କୁ ଟାର୍ଗେଟ୍ କରି ଖସାଇ ଦେଇଥିଲା,ଯାହାକି ସେ (ଇରାନ) ଦାବି କରିଥିଲା। ଉକ୍ତ ବିମାନରେ ଦୁଇ ଜଣ ପାଇଲଟ ବସିଥିଲେ। ଜଣେ ପାଇଲଟଙ୍କୁ ପ୍ରଥମେ ବଞ୍ଚାଇ ନିଆଯାଇ ଥିଲା, ହେଲେ ଦ୍ୱିତୀୟ ଜଣଙ୍କୁ ବଞ୍ଚାଇବା ପାଇଁ ଅଲଗା ମିଶନ ଚଲାଇବାକୁ ପଡ଼ିଲା। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଦ୍ୱିତୀୟ ପାଇଲଟଙ୍କୁ ମଧ୍ୟ ସୁରକ୍ଷିତ ରେସ୍କ୍ୟୁ କରି ନିଆ ଯାଇ ଥିଲା। ହେଲେ ଏହି ମିଶନ ବେଳେ ଆମେରିକୀୟ ବିମାନ ଗୁଡ଼ିକର କ୍ଷତି ମଧ୍ୟ ହୋଇଛି।

ୱାଲ୍ ଷ୍ଟ୍ରିଟ୍ ଜେନେରାଲର ରିପୋର୍ଟ ମୁତାବିକ , ଆମେରିକୀୟ ସେନାକୁ ପଛକୁ ହଟେଇବା ସମୟରେ ନିଜର ଦୁଇଟି ବିମାନକୁ ନଷ୍ଟ କରିବାକୁ ପଡ଼ିଲା। ଏହି ବିମାନ ସି-୧୩୦ ଥିଲା , ଯାହାର ବ୍ୟବହାର ଗୁପ୍ତ ମିଶନ ଓ ଶତ୍ରୁର ଅଞ୍ଚଳରେ ସୈନିକଙ୍କୁ ଆଣିବାରେ କରାଯାଏ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏହି ବିମାନଗୁଡ଼ିକ କୌଣସି କାରଣରୁ ଫସି ରହିଥିଲା, ତେଣୁ ଇରାନ ହାତରେ ନ ପଡ଼ିବା ପାଇଁ ସେଗୁଡ଼ିକୁ ଉଡ଼ାଇ ଦିଆଯାଇ ଥିଲା।

ହେଲେ, ଇରାନର IRGC ଦାବି କରିଛି ଯେ ସେମାନେ ଏହି ଅଭିଯାନ ସମୟରେ ଆମେରିକୀୟ ବିମାନଗୁଡ଼ିକୁ ନଷ୍ଟ କରି ଦେଇଛନ୍ତି। ଇରାନୀ ଗଣମାଧ୍ୟମ ଅନୁସାରେ, ନିଖୋଜ ଆମେରିକୀୟ ପାଇଲଟଙ୍କୁ ଖୋଜୁ ଥିବା ଏକ C-130 ବିମାନ ଏବଂ ଦୁଇଟି ବ୍ଲାକ ହକ୍ ହେଲିକପ୍ଟରକୁ ମଧ୍ୟ ଗୁଳି କରି ଖସାଇ ଦିଆଯାଇଛି। ଏହି ନିଖୋଜ ଆମେରିକୀୟ ପାଇଲଟଙ୍କ ତଲାସରେ କରୁଥିଲା।

ଉକ୍ତ ଘଟଣା ପରେ ଇରାନ ଆମେରିକାକୁ ପରିହାସ କରି ଥିଲା। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ପୋଡ଼ି ଯାଇଥିବା ବିମାନର ଫଟୋ ସୋସିଆଲ ମିଡିଆରେ ସେୟାର କରି ,ବ୍ୟଙ୍ଗ କରିଥିଲେ। ଯଦି ଆମେରିକା ଏପରି ଆହୁରି ବିଜୟ ହାସଲ କରେ, ତେବେ ସେ ନିଜକୁ ଧ୍ୱଂସ କରିବ। ତଥାପି, ଆମେରିକା କିମ୍ବା ଇରାନର ଦାବି ଏବେସୁଦ୍ଧା ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇ ନାହିଁ।

ଦ୍ୱିତୀୟ ପାଇଲଟଙ୍କୁ ଉଦ୍ଧାର କରିବା ପରେ, ଟ୍ରମ୍ପ ସୋସିଆଲ ମିଡିଆରେ ଅଭିଯାନର ସଫଳତାର ସୂଚନା ଦେଇଥିଲେ। ଟ୍ରମ୍ପଙ୍କ ଅନୁସାରେ, ଏହି ରେସ୍କ୍ୟୁ ଅପରେସନ ଇରାନର ବିପଦପୂର୍ଣ୍ଣ ପାର୍ବତ୍ୟ ଅଞ୍ଚଳରେ ରାତ୍ରି ସମୟରେ କରାଯାଇ ଥିଲା,ଯାହା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ସେ କହିଥିଲେ ଯେ, ଏହା ପ୍ରଥମ ଥର ଥିଲା, ଯେତେବେଳେ ଶତ୍ରୁ ଅଞ୍ଚଳରୁ ଭିନ୍ନ ଭିନ୍ନ ସମୟରେ ଦୁଇଜଣ ଆମେରିକୀୟ ପାଇଲଟଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ, ଇରାନ ଆମେରିକୀୟ ପାଇଲଟଙ୍କ ସଫଳ ଉଦ୍ଧାର କରିବା କଥାକୁ ଅସ୍ୱୀକାର କରିଛି। ଇରାନୀ ଗଣମାଧ୍ୟମ ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ବିଫଳ ହୋଇଥିଲା ଏବଂ ଆମେରିକୀୟ ବିମାନ ଏବଂ ହେଲିକପ୍ଟରକୁ ଗୁଳି କରି ଖସାଇ ଦିଆଯାଇ ଥିଲା।

Screenshot 2026 04 05 173501

ଟ୍ରମ୍ପ ରବିବାର ସନ୍ଧ୍ୟାରେ ମଧ୍ୟ ନିଜର ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେ କହିଥିଲେ ଯେ, ଇରାନର ପାର୍ବତ୍ୟାଞ୍ଚଳ ଭିତରୁ ଏଫ-୧୫ ବିମାନର ଆହତ ଅଫିସରଙ୍କୁ ସୁରକ୍ଷିତ ବଞ୍ଚାଇ ନିଆଯାଇଛି। ସେ କହିଛନ୍ତି ଯେ, ଇରାନୀ ସେନା ବହୁ ସଂଖ୍ୟାରେ ତାଙ୍କର ତଲାସ କରୁଥିଲେ ଏବଂ ଖୁବ୍ ପାଖରେ ପହଞ୍ଚି ଯାଇ ଥିଲେ। ଏହି ଅଧିକାରୀ ଜଣେ ସମ୍ମାନିତ କର୍ଣ୍ଣଲ। ଟ୍ରମ୍ପ କହିଛନ୍ତି ଏତେ ବିପଜ୍ଜନକ ଅପରେସନ ଖୁବ୍ କମ୍ କରାଯାଏ। ଏହା ପୂର୍ବରୁ ଆଉ ଜଣେ ପାଇଲଟଙ୍କୁ ଦିନରେ ଉଦ୍ଧାର କରାଯାଇ ଥିଲା । ଏହି ମିଶନ ପାଖାପାଖି ୭ ଘଣ୍ଟାର ସମୟ ଲାଗିଥିଲା।

ଏହାସହ ମଧ୍ୟ ପଢନ୍ତୁ : F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା, ଟ୍ରମ୍ପ କହିଲେ ରେସ୍କ୍ୟୁ ଅପରେସନ୍ କାହାଣୀ...