ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜଳଯୋଗାଣରୁ ବଞ୍ଚିତ ହୁଡ଼ି ସାହିବାସୀ ; ପାଇପ ଫାଟିବାରୁ ଜଳ ଯୋଗାଣ ବନ୍ଦ

Published By : Gurupada Nath | March 30, 2025 10:56 PM

ଚମ୍ପୁଆ,୩୦/୩: ଚମ୍ପୁଆ ବ୍ଲକ୍‌ରେ ‘ବସୁଧା’ ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବା ପାଇଁ ବିଛା ଯାଇଥିବା ଭୂତଳ ପାଇପ ଲାଇନରେ ନିମ୍ନ ମାନର କାମ ଯୋଗୁଁ  ପାଇପ ଫାଟି  ପାଣି ବୋହି ଚାଲିଛି । ଫଳରେ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ମହେଶ୍ୱରପୁର ଗ୍ରାମ ହୁଡ଼ି ସାହିବାସୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପାଇପ୍‌ ଲାଇନ ମରାମତି ହେଉ ନଥିବାରୁ ଗ୍ରାମରେ ଅସନ୍ତୋଷ ସୃଷ୍ଟି ହେଉଛି ।  ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସମସ୍ୟା ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ଆଗ୍ରହ ଦେଖାଉ ନଥିବାରୁ ସ୍ଥିତି ସାଙ୍ଘାତିକ ହେବାର ଆଶଙ୍କା ଦେଖା ଦେଇଛି । 

ଏହି ସାହିରେ ଦଶରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ରହୁଥିବାବେଳେ ଏଠାରେ ପ୍ରାୟ ସବୁ ସମୟରେ ପାଣି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଦୀର୍ଘ ଛଅ ମାସ ତଳେ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ଷ୍ଟାଣ୍ଡ ପୋଷ୍ଟ ବସାଯାଇଥିଲା । ହେଲେ ସାହିବାସୀ ଏପର୍ଯ୍ୟନ୍ତ ପାଣି ଟୋପେ ପାଇ ପାରିଲେ ନାହିଁ। ସାହିରେ ଦୀର୍ଘ ବର୍ଷ ତଳୁ ବସିଥିବା ଏକ ପୁରୁଣା ନଳକୂପରୁ ମଧ୍ୟ ଆବଶ୍ୟକ ଅନୁଯାୟୀ ପାଣି ବାହାରୁ ନ ଥିବାରୁ ପିଇବା ପାଣି ଟିକେ ପାଇଁ ସାହିବାସୀ ଦହଗଞ୍ଜ  ହେଉଛନ୍ତି । 

ଏ ସମ୍ପର୍କରେ ବାରମ୍ବାର ରଜିଆ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ପ୍ରାୟ ଏକ ସପ୍ତାହ ଧରି  ଜଳ ଯୋଗାଇ ଦିଆଯାଇଥିଲା । କିନ୍ତୁ ଗତ ପାଞ୍ଚ ଦିନରୁ ଅଧିକ ହେବ ସାହିର ଶେଷ ମୁଣ୍ଡରେ ଥିବା ପାଣି ପାଇପ ଫାଟି ଯାଇ ଥିବାରୁ ଷ୍ଟାଣ୍ଡପୋଷ୍ଟ ଗୁଡିକରେ ପୁଣି ଥରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି । ଦାୟିତ୍ୱରେ ଥିବା ଟେକ୍ନିସିଆନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ସାହିବାସୀ । ବିଭାଗୀୟ ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.