ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି

Published By : Harapriya Sethi | October 25, 2024 11:42 AM

କେନ୍ଦ୍ରାପଡା, ୨୫/୧୦: ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଲ୍‌ କଲା ବାତ୍ୟା 'ଦାନା' ।  ଦୀର୍ଘ ସମୟ ଧରି ଦେଖାଇଥିଲା ନିଜକ କରାଳ ରୂପ । ଶେଷରେ ଶୁକ୍ରବାର ପୂର୍ବାହ୍ନରେ ସରିଥିଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା । ତେବେ ଏହି ଜଟିଲ ସ୍ଥିତିରେ ସରକାର ଜିରୋ କାଜୁଆଲ୍‌ଟି କରିବେ ବୋଲି ଲକ୍ଷ୍ୟ ରଖିଥିଲେ । ବାତ୍ୟାକୁ ସଠିକ୍‌ ଭାବରେ ନିୟନ୍ତ୍ରଣ କରି ତାହା ପ୍ରମାଣିତ ମଧ୍ୟ କରିଛନ୍ତି । 

ଏହାରି ମଧ୍ୟରେ କେନ୍ଦ୍ରାପଡା ବାତ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ବାତ୍ୟାରେ ବିଶେଷ ଭାବରେ ରାଜନଗର ଓ ରାଜକନିକା ବ୍ଲକ ପ୍ରଭାବିତ ହୋଇଛି । ତେଣୁ ଏହି ଦୁଇଟି ବ୍ଲକ୍‌ରେ ଅଧିକ ଦିନ ପର୍ଯ୍ୟନ୍ତ ରିଲିଫ ପରିଚାଳନା ହେବ ବୋଲି ସେ କହିଛନ୍ତି । 

ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି । ବାତ୍ୟା କାରଣରୁ ଏହି ଅଞ୍ଚଳର ଅନେକ ସ୍ଥାନରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ଫଳରେ ରାସ୍ତା ଗୁଡ଼ିର ଅବରୋଧ ହୋଇ ରହିଛି ଏବଂ ବିଦ୍ୟୁତ କାଟ କରାଯାଇଛି । ବର୍ତ୍ତମାନ ବର୍ଷା ଲାଗି ରହିଥିବା କାରଣରୁ ବର୍ଷା ଛାଡ଼ିବା ପରେ ସମସ୍ତ ରାସ୍ତାରୁ ଗଛ ଗୁଡ଼ିକୁ କଢିବା ଏବଂ ବିଦ୍ୟୁତ ସେବା ପୁନଃ ସଂସ୍ଥାପନ କରିବା ହିଁ ପ୍ରଶାସନର ଲକ୍ଷ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । 


ବାତ୍ୟା ପ୍ରଭାବିତ ଅଞ୍ଚଳରେ ବର୍ଷା ଛାଡ଼ିବା ପରେ ହିଁ ସମସ୍ତ କ୍ଷୟକ୍ଷତିର ଆକଳନ କରାଯିବ । ବିଶେଷ କରି ବର୍ଷା କାରଣକୁ ଚାଷ ଜମି ଗୁଡ଼ିକରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଚାଷଜମିରୁ ପାଣି ନିଷ୍କାସନ ହେବା ପରେ ହିଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯିବ । ଜିଲ୍ଲା ପ୍ରଶାସନ ଏନେଇ ଏକ ବିସ୍ତୃତ ରିପୋର୍ଟ ସରକାରଙ୍କୁ ଦେବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.