ନୂଆଦିଲ୍ଲୀ,୨୦/୧୧: ସରକାରୀ କର୍ମଚାରୀଙ୍କ ବଢିଲା ଅବସର ସୀମା । ଏଣିକି ୬୦ ବର୍ଷରେ ମିଳିବନି କର୍ମଚାରୀଙ୍କୁ ଅବସର । ଚାକିରି କ୍ଷେତ୍ରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବୟସସୀମା ଆଉ ୨ ବର୍ଷ ବୃଦ୍ଧି କରାଇବାକୁ ସରକାର ଯୋଜନା କରୁଛନ୍ତି । ଯାହା ଆସନ୍ତାବର୍ଷ ଏପ୍ରିଲ ମାସରୁ ଲାଗୁ ହେବ । ତେବେ ଏନେଇ କ୍ୟାବିନେଟ ବୈଠକର ଏକ ଲେଟର ଭାଇରାଲ ହେଉଛି । ଯାହା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଛି। କେନ୍ଦ୍ର ସରକାର ଅବସରର କୌଣସି ସମୟସୀମା ବୃଦ୍ଧି କରି ନଥିବା ଜଣାପଡିଛି ।
ସୂଚନା ଅନୁସାରେ, କେନ୍ଦ୍ର କର୍ମଚାରୀଙ୍କ ଚାକିରି ବୟସକୁ ୨ ବର୍ଷ ବୃଦ୍ଧି ନେଇ କେ ନିଷ୍ପତ୍ତି ନେଉଛନ୍ତି ନ୍ଦ୍ର ସରକାର । ଏ ନେଇ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିବା’ ଶର୍ଷକର ଏକ ଲେଟର ବର୍ତ୍ତମାନ ଭାଇରାଲ ହେଉଛି । ଏଥିରେ କୁହାଯାଇଛି ଯେ, ଏହି ଯୋଜନାକୁ “ରିଟାୟାରମେଣ୍ଟ ଆୟୁ ବୃଦ୍ଧି ଯୋଜନା’ନାମ ରଖାଯାଇଛି । ଏହି ଯୋଜନାରେ ୨୦୨୫ ଏପ୍ରିଲରୁ ୨ ବର୍ଷ ବୃଦ୍ଧି ହେବ । ୬୨ ବର୍ଷ ବୟସରେ ଅବସର ନେବେ କର୍ମଚାରୀ । ଏହା ସମସ୍ତ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଲାଗୁ ହେବ ବୋଲି ଏହି ଭାଇରାଲ ଲେଟରରେ ଦେଖିବାକୁ ମିଳିଛି । କିନ୍ତୁ ପ୍ରକୃତ କଥା ହେଉଛି ଭାଇରାଲ ହେଉଥିବା ଲେଟର ହେଉଛି ସମ୍ପୂର୍ଣ୍ଣ ଗୁଜବ । ଏହି ଖବରକୁ ମିଛ ଏବଂ ଗୁଜବ ବୋଲି କହିଛି ପ୍ରେସ ଇନଫରମେସନ ବ୍ୟୁରୋ । ତେବେ ସୋସିଆଲ ମିଡିଆରେ କରାଯାଉଥିବା ଏହି ଦାବି ଭିତ୍ତିହୀନ । ଭାରତ ସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷ ରହିଛି । ଭାଇରାଲ ହେଉଥିବା ଏହି ତଥ୍ୟ ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ ବୋଲି ପିଆଇବି ପକ୍ଷରୁ ସ୍ପଷ୍ଟ ହୋଇଛି ।