ଭୁବନେଶ୍ବର,୪/୧ :  ଆମ ବସ୍ ଦୁର୍ଘଟଣା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ବୈଠକରେ ଅନେକ ଦିଗକୁ ନେଇ ଆଲୋଚନା ହୋଇଥିଲା । ଏଥିରେ ୫ଜଣିଆ କମିଟି ଗଠନ ହେଲା । ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାରେ ଗଠିତ ଏହି ଉଚ୍ଚସ୍ତରୀୟ କମିଟିରେ ପରିବହନ କମିସନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ କମିଟିର ସଦସ୍ୟ ରହିବେ । ପ୍ରତି ୧୫ ଦିନରେ ଥରେ ଏହି କମିଟି ଆମ ବସ୍ ଚଳାଚଳକୁ ସମୀକ୍ଷା କରିବେ।

- ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

- ୫ଜଣିଆ କମିଟି ଗଠନ

- କମିଟିରେ ରହିବେ ପରିବହନ କମିସନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ  

- ତଦନ୍ତ ପରେ ସ୍ପଷ୍ଟତା ସାମ୍ନାକୁ ଆସିବ

- ଭଲ ଆଚରଣ ଉଚ୍ଚାରଣ ପ୍ରଦର୍ଶିତ କରୁଥିବା ଚାଳକ, କଣ୍ଡକ୍ଟରମାନଙ୍କୁ ପ୍ରୋତ୍ସହାନ ମିଳିବ

ଡ୍ରାଇଭରଙ୍କର ନିଯୁକ୍ତି ପ୍ରକ୍ରିୟା ଆହୁରି କଡାକଡ଼ି କରାଯିବ । ଡ୍ରାଇଭରମାନଙ୍କୁ ନିଯୁକ୍ତି ପରେ ମଧ୍ୟ ସେମାନଙ୍କୁ ଆଚରଣ ଉଚ୍ଚାରଣ ସମ୍ପର୍କରେ ତାଲିମ ଦିଆଯିବ । ଏକ ମାସ ପର୍ଯ୍ୟନ୍ତ ପରିଚାଳନା ନେଇ ତୀକ୍ଷ୍ଣ ନଜର ରଖାଯିବ। ଗତକାଲି ଘଟଣା ଅତ୍ୟନ୍ତ ଦୁଖଃଦ ଘଟଣା, ଆଗାମୀ ଦିନରେ ଏହା କିପରି ନ ଘଟିବ ସେଥିପ୍ରତି ସମସ୍ତ ପ୍ରକାର ଦୃଷ୍ଟି ଦିଆଯିବ । ଗତକାଲି ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଜଣାପଡ଼ିବ ସ୍ପଷ୍ଟତା ସାମ୍ନାକୁ ଆସିବ । ପ୍ରତି ମାସରେ ଭଲ ଆଚରଣ ଉଚ୍ଚାରଣ ପ୍ରଦର୍ଶିତ କରୁଥିବା ଚାଳକ, କଣ୍ଡକ୍ଟରମାନଙ୍କୁ ପ୍ରୋତ୍ସହାନ ମିଳିବ ।

ପ୍ରତିଦିନ ଚଳାଚଳ କରୁଥିବା ଆମ ବସର ଯାନ୍ତ୍ରିକ ବ୍ୟବସ୍ଥା ପ୍ରତ୍ୟେକ ଦିନ ଯାଞ୍ଚ କରାଯିବ । ପୋଲିସ ଚେକିଂର ସାମ୍ନା କରିବ ସମସ୍ତ ସରକାରୀ ବସ । କଟିବ ଚାଲାଣ। ପୋଲିସ କଣ୍ଟ୍ରୋଲ ରୁମରେ ଆମ ବସର ଗତିବିଧି ଉପରେ ରହିବ କଡ଼ା ନଜର । ୨୦୨୫ବର୍ଷ ଫେବୃଆରିରୁ ଡିସେମ୍ବରରେ ଆମ ବସ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ୯୭ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏହି ସମୀକ୍ଷା ବୈଠକ ବସିଥିଲା ।