ବଲାଙ୍ଗିର ୧୧/୦୬ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ,ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ରବି ନାରାୟଣ ନାଏକ ଦିନିକିଆ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ଡିଏଫଓ ସମ୍ମିଳନୀ କକ୍ଷଠାରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖେ ପହଞ୍ଚାଇବା ପାଇଁ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।  ସେହିପରି ଆସନ୍ତା ୧୭ ତାରିଖ ପଥରଚେପା ପଡିଆରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ବିଭିନ୍ନ ଜିଲ୍ଲାରୁ ଦଶ ହଜାର ରୁ ଅଧିକ ଚାଷୀଙ୍କ ସମାଗମ ହେବ ବୋଲି ଆଲୋଚନା ହୋଇଥିଲା ।  ସେ ବାବଦରେ ମଧ୍ୟ ସମୀକ୍ଷା ହୋଇଥିଲା । 

ପାର୍କିଂ, ସୁରକ୍ଷା, ପ୍ରଚାରପ୍ରସାର ଆଦି ଉପରେ ଆଲୋଚନା ହୋଇଥିଲା ।  ଚାଷୀମାନଙ୍କ ପାଇଁ କୃଷିକ୍ଷେତ୍ର ରେ  ଯାହା ଗତ ବର୍ଷେ ମଧ୍ୟରେ ଯୋଜନା ହୋଇଛି ଏବଂ ଆଗାମୀ ଯୋଜନା ଗୁଡିକ ଫୋକସରେ ରହିବ ।   ଜିଲ୍ଲାର ସମସ୍ତ ଅଞ୍ଚଳର ଆମ୍ବକୁ ନେଇ ଏକ ପ୍ରଦର୍ଶନୀ , ମା’ ପାଇଁ ଗଛଟିଏ ରେ ଚାରା ଯୋଗାଣ, ୧୦ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା ଦେବା ସ୍ଥିରକୃତ ହୋଇଥିଲା ।  ଏହା ପୂର୍ବରୁ ଆସନ୍ତା ୧୨ ତାରିଖରେ ଶୁଭାରମ୍ଭ ହେବାକୁ ଥିବା ବିକାଶ ବାହନ ଯାତ୍ରା ଭ୍ୟାନରେ ସରକାରଙ୍କ ବିଭିନ୍ନ ଯୋଜନାର ବିଡିଓ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ କୁ ଯାଇ ଲୋକଙ୍କୁ ସଚେତନ କରିବା ସେ ବାବଦରେ ଆଲୋଚନା ହୋଇଥିଲା ।  ଏହି ସମାବେଶକୁ ସଫଳ କରିବାକୁ ଉପମୁଖ୍ୟମନ୍ତ୍ରୀ ଏବଂ ପ୍ରଭାରି ମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ କରିଥିଲେ ।    ସମୀକ୍ଷା ବୈଠକ ଆରମ୍ଭରେ ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସାଲୱାର ସ୍ୱାଗତ ଭାଷଣ ଦେବା ସହ ପ୍ରାକ ସୂଚନା ପ୍ରଦାନ କରିଥିଲେ ଓ ଏହାପରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ l