ପ୍ରମୂଖ ଖବର
  • ବାହୁଡ଼ା ଯାତ୍ରା: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେଲା ପହଣ୍ଡି, ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହେବ ଚତୁର୍ଦ୍ଧାମୂର୍ତ୍ତି
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ସରିଲା ଆଡ଼ପମଣ୍ଡପ ଲୀଳା: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଚକ୍ରରାଜ ସୁଦର୍ଶନଙ୍କ ଚାଲିଛି ପହଣ୍ଡି
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ
  • ||

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଦୁର୍ଗାପୂଜାରେ ଜୁନିଅର ଡାକ୍ତରଙ୍କ ଆମରଣ ଅନଶନ ଆରମ୍ଭ

Published By : Anindita Ratha | October 6, 2024 9:57 AM

ନୂଆଦିଲ୍ଲୀ,୦୬/୧୦:  ଆରଜି କର ମେଡିକାଲ କଲେଜର ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏନେଇ ଆମରଣ ଅନଶନ ଆରମ୍ଭ କରିଛନ୍ତି ଜୁନିଅର ଡାକ୍ତର। ମମତା ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ କରିନଥିବାରୁ ସେମାନେ ଆଣିଛନ୍ତି ଅଭିଯୋଗ। ତେବେ ଶୁକ୍ରବାର ଧର୍ମତାଲାର ଡୋରିନା କ୍ରସିଂରେ ଧାରଣ ଆରମ୍ଭ କରିଥିଲେ ଜୁନିଅର ଡାକ୍ତର। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଦାବି ପୂରଣ ପାଇଁ ୨୪ ଘଣ୍ଟାର ସମୟସୀମା ନିର୍ଦ୍ଧାରଣ କରିଥିଲେ। ହେଲେ ସରକାର ସମୟସୀମା ମଧ୍ୟରେ ଦାବି ପୂରଣ କରିନଥିବାରୁ ଆମରଣ ଅନଶନରେ ବସିବା ନେଇ ଜୁନିଅର ଡାକ୍ତରମାନେ ନିଷ୍ପତ୍ତି ନେଇଛନ୍ତି।

Durga Puja 2024: Get all updated News, Videos and Photos of Durga Puja

ତେବେ ବର୍ତ୍ତମାନ ୬ ଜଣ ଜୁନିଅର ଡାକ୍ତର ଆମରଣ ଅନଶନ ଆରମ୍ଭ କରିଛନ୍ତି। ପରେ ପରେ ଅନ୍ୟ ଡାକ୍ତରମାନେ ଏଥିରେ ସାମିଲ ହେବେ। ସ୍ୱଚ୍ଛତା ବଜାୟ ରଖିବାକୁ ମଞ୍ଚରେ ସିସିଟିଭି କ୍ୟାମେରା ଲଗାଯାଇଛି। ଏନେଇ ଆମରଣ ଅନଶନରେ ବସିଥିବା ଜଣେ ଡାକ୍ତରୀ ଛାତ୍ର କହିଛନ୍ତି ଯେ, 'ରାଜ୍ୟ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। ତେଣୁ ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଆରମ୍ଭ କରୁଛୁ।' ପ୍ରକାଶ ଥାଉକି, ସେପ୍ଟେମ୍ବର ୧୭ ତାରିଖରେ ଜୁନିଅର ଡାକ୍ତର ଓ ମମତା ସରକାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏଥିରେ ଜୁନିଅର ଡାକ୍ତରଙ୍କ ସମସ୍ତ ଦାବିକୁ ମାନିଥିଲେ ରାଜ୍ୟ ସରକାର । ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି। ଏହା ସହିତ କୋଲକାତା ସିପି ବିନିତ ଗୋୟଲଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଡାକ୍ତରମାନେ ମମତା ସରକାରଙ୍କ ନିକଟରେ ପାଞ୍ଚଟି ଦାବି କରିଥିଲେ। ସେଥିମଧ୍ୟରୁ ତିନୋଟି ସରକାର ଗ୍ରହଣ କରିଥିଲେ। ଏହାର କିଛି ଦିନ ପରେ ଡାକ୍ତରମାନେ ବିରୋଧ ବନ୍ଦ କରିଥିଲେ। ତେବେ ଆଉ ଦୁଇଟି ଦାବି ପୂରଣ ହୋଇନଥିବାରୁ ଡାକ୍ତରମାନେ ପୁଣି ବିରୋଧ କରି  ଅନଶନ ଆରମ୍ଭ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.