ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୁଶାନ୍ତ ସିଂହଙ୍କ ମାମଲାରେ ରିଆଙ୍କୁ କ୍ଲିନ୍ ଚିଟ୍ ପରେ କଲେ ଏଭଳି ପୋଷ୍ଟ୍ , ଫ୍ୟାନ୍ସଙ୍କ କମେଣ୍ଟ ବର୍ଷା

Published By : Gurupada Nath | April 10, 2025 5:34 PM

ମୁମ୍ବାଇ,୧୦/୪ :  ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କୁ କ୍ଲିନ୍ ଚିଟ୍ ଦେଇଛି ସିବିଆଇ । ଯାହା ପରେ ରିଆ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ରିଆ ତାଙ୍କ ଭାଇଙ୍କ ସହ ଏକ ହସୁଥିବା ଫଟୋ ପୋଷ୍ଟ କରିଛନ୍ତି । ଏଭଳି ଏକ କ୍ୟାପ୍ସନ ଲେଖିଛନ୍ତି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ରିଆ ତାଙ୍କ ଭାଇ ଶୋୱିକ୍ ଚକ୍ରବର୍ତ୍ତୀଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହା ସହ ଏଥିରେ ଏକ ଗୀତ ମଧ୍ୟ ଲଗାଇଛନ୍ତି । ଏହି ଫଟୋରେ ରିଆ କ୍ୟାପ୍ସନରେ ଲେଖିଛନ୍ତି , 'ଚ୍ୟାପ୍ଟର ୨.' ଫଟୋରେ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ସମ୍ପର୍କ ଏବଂ ଭଲପାଇବା ସ୍ପଷ୍ଟ ଭାବେ ଦେଖାଯାଉଛି । ଏହି ଫଟୋ ଉପରେ ରିଆଙ୍କ ଫ୍ୟାନ୍ସମାନେ ବହୁ ଭଲପାଇବା ବର୍ଷା କରୁଛନ୍ତି। କେତେକ ସେମାନଙ୍କୁ ସୁନ୍ଦର ଭାଇଭଉଣୀ ବୋଲି କହୁଛନ୍ତି ତ ଅନ୍ୟ କେତେକ ସେମାନଙ୍କ ଭବିଷ୍ୟତ ଜୀବନରେ ସୁଖ ଏବଂ ସଫଳତା କାମନା କରୁଛନ୍ତି।

କିଛି ଦିନ ପୂର୍ବରୁ ଦିଆ ମିର୍ଜା, ରିଆଙ୍କ ସମର୍ଥନରେ ଆସିଥିଲେ । ଦିଆ ମିଡିଆ ଟ୍ରାଏଲ୍ ପାଇଁ ଅଭିନେତ୍ରୀଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଥିଲେ । ପ୍ରକାଶ ଯେ, ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କୁ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। ଅଭିନେତ୍ରୀଙ୍କ ଉପରେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେବାର ଅଭିଯୋଗ ଆସିଥିଲା । ରିଆଙ୍କୁ ନେଇ ସେହି ସମୟରେ କେତେକ କଥା ସାମ୍ନାକୁ ଆସିଥିଲା । ତେବେ, ୨୮ଦିନ ପରେ ରିଆଙ୍କୁ ବେଲ୍ ମିଳିଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.