ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବ୍ରିଜ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ, ୬ ଘଣ୍ଟା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ଚାଳକ, ଡାକ୍ତରଖାନାରେ ହେଲା ମୃତ୍ୟୁ…

Published By : Ladu Kishor | June 30, 2025 9:16 PM

ଲାଞ୍ଜିଗଡ ୩୦/୬ ଲାଞ୍ଜିଗଡ ବ୍ଲକ ରାୟପୁର ଠାରୁ ବିଶାଖାପାଟଣା ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଢେପଗୁଡା ନିକଟସ୍ଥ ଏକ ଅଣ ଓସାରିଆ ପୋଲରେ ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ବ୍ରିଜ ତଳକୁ ଖସି ଚୁରମାର ହୋଇଯାଇଥିବା ବେଳେ ଡ୍ରାଇଭର  ଏବଂ ହେଲପରଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ଘଟିଛି I 

ସୂଚନାନୁସାରେ ରବିବାର ବିଳମ୍ବିତ ରାତିରେ ଏକ ଚାଉଳ ବୋଝେଇ ଟ୍ରକ ରାୟପୁର ଠାରୁ ବିଶାଖାପାଟଣା ଅଭିମୂଖେ ଯାଉଥିବା ସମୟରେ ବିପରିତ ଦିଗରେ ଆସୁଥିବା ଏକ ଟ୍ରକକୁ ବଞ୍ଚାଇବାକୁ ଯାଇ ଚାଉଳ ଟ୍ରକଟି ଭାରସାମ୍ୟ ହରାଇ ଦୁଇଟି ଗଛରେ ପିଟି ହେଇ ୨୦ ଫୁଟ ବ୍ରିଜ ତଳକୁ ଖସି ପଡିଥିଲା I ଦୁର୍ଘଟଣା ଘଟିବା ପରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ମିନ କେତନ ଶବର, କନେଷ୍ଟବଳ ବିଶ୍ଵନାଥ ମହଲା ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ I ସିକେରକୁପା ଫାଣ୍ଡି ପୋଲିସ ହେଲପରକୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଚାଳକ ଟ୍ରକ ଭିତରେ ଚାପି ହୋଇ ରହିଥିଲେ। 

ଖବର ପାଇବା ପରେ ବିଶ୍ଵନାଥପୁର ପୁଲିସ ପହଞ୍ଚିଥିଲେ I ଲାଞ୍ଜିଗଡ ଏବଂ ଭବାନୀପାଟଣା ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ଥିବା ବେଳେ ଦୀର୍ଘ ୬ ଘଣ୍ଟା ପରେ ଗୁରୁତର ଭାବେ ଚାଳକକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପରେ ଆମ୍ବୁଲାନସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହେଲପରକୁ ଚିକିତ୍ସା କରିଥିବା ବେଳେ ଗୁରୁତର ହେବାରୁ ତାକୁ ମଧ୍ୟ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା I ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.