ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଧନୀ ତାଲିକାର ଶୀର୍ଷରେ ରହିଛି ଏହି ରାଜ୍ୟ, ସବୁଠାରୁ ଅଧିକ ଜନସଂଖ୍ୟା ଥିବା ୟୁପି ଅଛି ପଞ୍ଚମ ସ୍ଥାନରେ

Published By : Harapriya Biswal | November 12, 2024 4:26 PM

ନୂଆଦିଲ୍ଲୀ,୧୨।୧୧:  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ଆରମ୍ଭରୁ କହିଥିଲେ, ୨୦୨୭-୨୮ ପର୍ଯ୍ୟନ୍ତ ଭାରତ ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ସେ କହିଥିଲେ, ୫ ଟ୍ରିଲିୟନ ଡଲାର ଜିଡିପି ଅର୍ଥାତ ସକଳ ଘରୋଇ ଉତ୍ପାଦର ଲକ୍ଷ୍ୟ ପାଇବା ପାଇଁ ଦେଶ ଏହି ଉପଲବ୍ଧି ହାସଲ କରିନେବ। ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ବଢୁଥିବା ବେଗ ଏହାର ସମ୍ଭବାନକୁ ବଢାଇ ଦେଇଛି। ଏହା ସହ ଅନୁମାନ କରାଯାଉଛି ଯେ, ୬ ବର୍ଷରେ ଭାରତର ନମିନାଲ ଜିଡିପି ଦୁଇଗୁଣା ପାଖାପାଖି ହୋଇଯିବ। 

ଏହି ଲିଷ୍ଟର ଟପ୍‌ରେ ରହିଛି ମହାରାଷ୍ଟ୍ର, ଯାହାକି ଦେଶର ଜିଡିପିରେ ୧୩.୩୦% ଯୋଗଦାନ ଦେଉଛି। ଏହାପରେ ୮.୯୦%ର ଯୋଗଦାନ ଦେଉଥିବା ତାମିଲନାଡୁ ରହିଛି। ତୃତୀୟ ଓ ଚତୁର୍ଥ ସ୍ଥାନରେ କର୍ଣ୍ଣାଟକ ଓ ଗୁଜରାଟ ରହିଛି। ସେଠାରେ କ୍ରମଶଃ ୮.୨୦% ଓ ୮.୧୦% ଯୋଗଦାନ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି, ଯାହାକି ଦେଶର ଜିଡିପିରେ ୮.୪୦%ର ଅଂଶୀଦାର ରହିଛି। 

ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀ ଏହି ଲିଷ୍ଟର ୧୩ ତମ ସ୍ଥାନରେ ରହିଛି। ସେଠାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜିଏସ୍‌ଡିପିର ଅନୁମାନ ୧୧.୦୭ ଲକ୍ଷ କୋଟି ଟଙ୍କା ରହିଛି। ସେଭଳି ଦିଲ୍ଲୀ ଦେଶର ଅର୍ଥବ୍ୟବସ୍ଥାରେ ୩.୬% ଯୋଗଦାନ ଦେଉଛି। ଏସ୍‌ଆଣ୍ଡପି ଗ୍ଲୋବାଲ ଅନୁମାନ ଅନୁସାରେ, ଆର୍ଥିକ ବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ଭାରତ ନମିନାଲ ଜିଡିପି ଦୁଇଗୁଣା ପାଖାପାଖି ହୋଇ ୭ ଟ୍ରିଲିୟନ ଡଲାରକୁ ପାର କରିନେବ। ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଲକ୍ଷ୍ୟକୁ ହାସଲ କରିବା ଦୌଡରେ ବହୁ ରାଜ୍ୟ  ଆଗକୁ ବଢୁଥିବାର ଦେଖିବାକୁ ମିଳିଛି। ସେଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜିଡିପିଏସ୍‌ ଅର୍ଥାତ ସକଳ ରାଜ୍ୟ ଘରୋଇ ଉତ୍ପାଦ ଓ ଜିଡିପି ଦୃଷ୍ଟିରୁ ଯୋଗଦାନ ବଡ଼ ଭୂମିକା ଗ୍ରହଣ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.