• ବିଜୟ ହଜାରେ ଟ୍ରଫିରେ ରିଙ୍କୁ ସିଂଙ୍କ କମାଲ
  • ଦଳ ସହ ବ୍ୟକ୍ତିଗତ କରୁଛନ୍ତି ଦମଦାର ପ୍ରଦର୍ଶନ
  • ୩୮ ଅଧିନାୟକଙ୍କ ମଧ୍ୟରେ ବନିଲେ ନମ୍ବର ଓ୍ବାନ୍

ନୂଆଦିଲ୍ଲୀ; ୧/୧/୨୬ : ଟିମ ଇଣ୍ଡିଆ ଯୁବ ଫିନିସର ରିଙ୍କୁ ସିଂ ପୁଣି ଏକ ନୂଆ ରେକର୍ଡ ଅର୍ଜନ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ରିଙ୍କୁ ୩୮ ଅଧିନାୟକଙ୍କ ମଧ୍ୟରେ ବନିଛନ୍ତି ନମ୍ବର ଓ୍ବାନ୍ । ୟୁପି ଅଧିନାୟକ ପଦ ସମ୍ଭାଳି ଦଳ ପାଇଁ ବିଜୟ ଧାରା ଜାରି ରଖିଛନ୍ତି ରିଙ୍କୁ । ବିଜୟ ହଜାରେ ଟ୍ରଫିରେ ୩୮ଟି ଟିମ ଖେଳୁଛି । ୪ଟି ଏଲଟି ଗ୍ରୁପ୍ ସହ ଗୋଟିଏ ପ୍ଲେଟ ଗ୍ରୁପରେ ଭାଗ କରାଯାଇଛି । ଏ,ବି,ସି,ଡି ଏଭଳି ଭାବେ ୪ଟି ଗ୍ରୁପ ରହିଥିବାବେଳେ ରିଙ୍କୁ ସିଂଙ୍କ ଉତ୍ତରପ୍ରଦେଶ ବି ଗ୍ରୁପରେ ରହିଛି । ତେବେ ତାଙ୍କ ଗ୍ରୁପରେ ରହିଥିବା ସମସ୍ତ ଅଧିନାୟକଙ୍କ ମଧ୍ୟରେ ସେ ସର୍ବୋତ୍ତମ ରହିଛନ୍ତି । କେବଳ ତାଙ୍କ ଗ୍ରୁପ ନୁହେଁ ଅନ୍ୟ ଗ୍ରୁପର ଅଧିନାୟକଙ୍କଠାରୁ ତାଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚ କୋଟିର ରହିଛି ।

ରିଙ୍କୁ ସିଂ ୪ ମ୍ୟାଚରେ ୧୩୬.୫୦ ହାରରେ ୨୭୩ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ସହ ଦୁଇଟି ଅର୍ଦ୍ଧଶତକ ମଧ୍ୟ ରହିଛି । ସେ ଜଣେ ଶ୍ରେଷ୍ଠ ଫିସିସର ଭାବେ ମଧ୍ୟ ଜଣାଶୁଣା ରହିଥିବାବେଳେ ୪ ମ୍ୟାଚରେ ୧୧ଟି ଛକା ଏବଂ ୨୩ଟି ଚୌକା ମଧ୍ୟ ମାରିସାରିଛନ୍ତି । ଆସାମ ବିପକ୍ଷରେ ସେ ବିସ୍ଫୋରକ ୩୭ ରନର ପାଳି ଖେଳିଥିଲେ । ଯାହାକି ମ୍ୟାଚ ବିଜୟୀ ଇନିଂସ ରହିଥିଲା । ରିଙ୍କୁ ସିଂ ବିଜୟ ହଜାରେ ଟ୍ରଫିରେ ଖେଳୁଥିବା ୩୮ ଜଣ ଅଧିନାୟକଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ତଥା ଅଧିକ ସ୍କୋର କରିବାରେ ସଫଳ ହୋଇଛନ୍ତି । ତାଙ୍କ ଅଧିନାୟକତ୍ବରେ ୟୁପି ଦମଦାର ପ୍ରଦର୍ଶନ ଜାରି ରଖିଛି । ଅନପଟେ ବ୍ୟକ୍ତିଗତ ଭାବେ ରିଙ୍କୁ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ୟୁପି ୪ ମ୍ୟାଚରୁ ୪ ବିଜୟ ସହ ବି ଗ୍ରୁପର ଶୀର୍ଷରେ ରହିଛି । ଦଳର ଖେଳାଳିମାନେ ଏବେ ଦମଦାର ଫର୍ମରେ ମଧ୍ୟ ନଜର ଆସୁଛନ୍ତି ।

ଅଧିକ ପଢ଼ନ୍ତୁ- ନୂଆବର୍ଷ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ୬ ଜଣ ଖେଳାଳି ନମ୍ବର ଓ୍ବାନ୍​​​​​​​