ନୂଆଦିଲ୍ଲୀ,୦୯/୧୦: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କୁ ଅଣ୍ଡରୱାର୍ଲ୍ଡରୁ ଧମକ । ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମଙ୍କ ଡି’କମ୍ପାନୀ ପକ୍ଷରୁ ଆସିଛି ୫ କୋଟି ଦେବାକୁ ମେସେଜ୍ ।ସେମାନେ ଚଳିତ ବର୍ଷ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ରିଙ୍କୁ ସିଂହଙ୍କ ପ୍ରମୋସନାଲ୍ ଟିମକୁ ତିନୋଟି ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ। ଡି-କମ୍ପାନିରୁ ମିଳିଥିବା ଧମକରେ ରିଙ୍କୁ ସିଂହଙ୍କଠାରୁ 5 କୋଟି ଟଙ୍କା ଦାବି କରାଯାଇଥିଲା। ତଥାପି ଏହି ମାମଲାରେ ପୁଲିସ ଏବେ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ କେବଳ ରିଙ୍କୁ ସିଂ ନୁହନ୍ତି ମୁମ୍ବାଇର ଜିଶାନ ସିଦ୍ଦିକିଙ୍କୁ ମଧ୍ୟ ୧୦ କୋଟି ଦେବାକୁ ଧମକପୂର୍ଣ୍ଣ ମେସେଜ୍ ଆସିଛି।
ରିଙ୍କୁ ସିଂହ ନିକଟରେ ଏସିଆ କପ୍ ଖେଳିକି ଫେରିଛନ୍ତି। ସେ ଫାଇନାଲ୍ରେ ଖେଳି ବିଜୟୀ ସ୍କୋର କରିଥିଲେ। କିନ୍ତୁ ଏବେ ଅଣ୍ଡରୱାର୍ଲ୍ଡରୁ ଧମକ ମିଳିବାର ଏକ ଚାଞ୍ଚଲ୍ୟକର ଖବର ଆଲୋଡ଼ନ ସୃଷ୍ଟି କରିଛି। ରିଙ୍କୁ ସିଂଙ୍କୁ ଧମକ ଦେବା ପାଇଁ ପୁଲିସ ଗିରଫ କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଧମକ ଦେଇଥିବା ସ୍ୱୀକାର କରିଛି।ପୂର୍ବତନ ବିଧାୟକ ବାବା ସିଦ୍ଦିକିଙ୍କୁ ତାଙ୍କ ପୁଅ ଜିଶାନ ସିଦ୍ଦିକିଙ୍କଠାରୁ ୧୦ କୋଟି ଟଙ୍କା ମାଗିବା ଅଭିଯୋଗରେ ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ହେବା ପରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ରିଙ୍କୁ ସିଂଙ୍କୁ ଫୋନ୍ କରି ତାଙ୍କଠାରୁ ଟଙ୍କା ମାଗିଥିବା ସ୍ୱୀକାର କରିଥିଲା।ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ରିପୋର୍ଟ କରିଛି ଯେ ଜିଶାନ ସିଦ୍ଦିକି ଏପ୍ରିଲ ୧୯ ରୁ ୨୧ ମଧ୍ୟରେ ଧମକପୂର୍ଣ୍ଣ ଇମେଲ୍ ପାଇଥିଲେ। ରିଙ୍କୁ ସିଂଙ୍କ ପ୍ରମୋସନାଲ୍ ଟିମ୍ ଫେବୃଆରୀ ରୁ ଏପ୍ରିଲ ମଧ୍ୟରେ ତିନୋଟି ଧମକ ପାଇଥିଲା।