ସାଲେପୁର, ୧୨/୦୬: କଟକ ଜିଲ୍ଲା ଜପକୁଦ ଫାଣ୍ଡି ଅନ୍ତର୍ଗତ କଟପା ଗାଁରେ ଜମି ବିବାଦକୁ କେନ୍ଦ୍ରକରି ଗଣ୍ତଗୋଳ । ସମ୍ପର୍କୀୟ ଭାଇ ନବକିଶୋର ବେହୁରାର କଟୁରୀ ଚୋଟରେ ପ୍ରେମାନନ୍ଦ ବେହୁରା(୭୩) ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଜପକୁଦ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି ।
ସୂଚନା ମୁତାବକ, ପ୍ରେମାନନ୍ଦ ବେହୁରା ଏବଂ ତାଙ୍କ ସମ୍ପର୍କୀୟ ଭାଇ ନବକିଶୋର ବେହୁରାଙ୍କ ମଧ୍ୟରେ ଦୀର୍ଘ ଦିନରୁ ଜମି ବିବାଦକୁ ନେଇ କଳହ ଲାଗି ରହିଥିଲା । ଏହାକୁ ନେଇ ଗୁରୁବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ନବକିଶୋର ପ୍ରେମାନନ୍ଦଙ୍କୁ ଏକ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ପ୍ରେମାନନ୍ଦଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା କାରଣରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପ୍ରାଥମିକ ଚିକିତ୍ସାପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଆକ୍ରମଣ କରିବା ପରେ ଅଭିଯୁକ୍ତ ନବକିଶୋର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଜପକୁଦ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।