ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଚିନ୍ତା ଘାରିଲାଣି ବିରଳ ସ୍ନାୟୁ ରୋଗ GBS, ସଂକ୍ରମଣ ମାମଲାରେ ପୁଣେରେ ପ୍ରଥମ ସନ୍ଦିଗ୍ଧ ମୃତ

Published By : Swapna Ray | January 24, 2025 3:34 PM

ପୁଣେ, ୨୪।୧: ଏବେ ସାରା ଦେଶରେ ଚିନ୍ତା ଘାରିଲାଣି GBS । କରୋନା, HMPV ପରେ ଏବେ ଆଉ ଏକ ବିରଳ ସ୍ନାୟୁ ରୋଗ Guillain-Barre-Syndrome ବା ଜିବିଏସ୍‌ । ଏହି ସଂକ୍ରମଣ ମାମଲାରେ ପୁଣେରେ ପ୍ରଥମ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୬୭ ରୋଗୀ । ଚିହ୍ନଟ ପରେ ଦେଶବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି । ମହାରାଷ୍ଟ୍ର ପୁଣେରେ ଜିବିଏସ୍‌ ସଂକ୍ରମଣରେ ଦିନକରେ ଦେଖାଦେଇଛି ୮ ନୂଆ ମାମଲା । ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏ ପର୍ଯ୍ୟନ୍ତ ୬୭ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ପୁଣେରେ ଜିବିଏସ୍‌ର ରୋଗୀ ସର୍ବାଧିକ ହୋଇଥିବାରୁ ଲୋକେ ଭୟଭୀତ ଅଛନ୍ତି । ଗତ ୨ ଦିନ ତଳେ ସଂକ୍ରମଣ ସଂଖ୍ୟା ୫୯ରେ ପହଞ୍ଚିଥିଲା । 

କହିରଖୁ କି, ଜିବିଏସ୍‌ ଅଟୋଇମ୍ୟୁନ୍ ଏକ ପ୍ରକାର ସଂକ୍ରମଣ ରୋଗ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଏ । ମାଂସପେଶୀରେ ଦୁର୍ବଳତା, ଶରୀରରେ ଝିମ୍‌ଝିମ୍‌ ହେବା, ଶରୀରର ସନ୍ତୁଳନ ବିଗିଡ଼ିବା ଓ ପକ୍ଷାଘାତର କାରଣ ସାଜେ । ସ୍ୱାସ୍ଥ୍ୟ ବିଭାଗର କରିବାନୁସାରେ, ପୁଣେର ଗ୍ରାମାଞ୍ଚଳରେ ୩୯, ମନପାରେ ୧୩, ପିମ୍ପରି ଚିଞ୍ଚୱଡ଼ରେ ମନପାରେ ୧୨ ଓ  ୩ ଜଣ ଅନ୍ୟ ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି । ସେହିପରି ଏଥିରେ ୪୩ ଜଣ ପୁରୁଷ ଓ ୨୪ ଜଣ ମହିଳା ସାମିଲ । ଏମାନଙ୍କ ମଧ୍ୟରୁ ୧୩ ଜଣ ସଂକ୍ରମିତଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ୧୯ ବର୍ଷ ଭିତରେ ୩୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ରୁ ୮୦ ବର୍ଷ ମଧ୍ୟରେ ମୋଟ୍ ୩୪ ଜଣ ସଂକ୍ରମିତ ରୋଗୀ ଅଛନ୍ତି । 

କହିରଖୁ କି, ଏହି ରୋଗର ନିୟନ୍ତ୍ରଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରିନାହିଁ । ପୁଣେ ବ୍ୟାପୁଥିବା ଜିବିଏସ୍‌ ମାମଲାକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର କହିଛନ୍ତି ଯେ, ଖୁବ୍‌ଶୀଘ୍ର ଏହି ସଂକ୍ରମଣ ଉପରେ କାବୁ କରିବାକୁ ପ୍ରୟାସ କରାଯାଉଛି । ରାଜ୍ୟବାସୀଙ୍କୁ ଭୟଭୀତ ନ ହେବାକୁ କହିଛନ୍ତି । ସଂକ୍ରମଣ ସଂଖ୍ୟା ଅଚାନକ ବୃଦ୍ଧି ପାଉଥିବାରୁ ଏଥିପାଇଁ ଏକ ରାପିଡ୍ ରେସପନ୍ସ ଟିମ୍‌ ଗଠନ କରାଯାଇଛି । ରିପୋର୍ଟ ଅନୁସାରେ, ଜିବିଏସ୍‌ ମାମଲାରେ ପ୍ରଥମ ସନ୍ଦିଗ୍ଧ ୬୪ ବର୍ଷୀୟ ମହିଳାଙ୍କୁ ମୃତ୍ୟୁ ହୋଇଛି । ଏହା ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ହୋଇଥାଏ । ଟିକାକରଣ ପରେ ମଧ୍ୟ ଏହି ରୋଗରେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ରୋଗୀ ୨ ସ୍ପାତହ ଭିତରେ ଜ୍ୱର, କାଶ, ଥଣ୍ଡା, ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ । ଏଭଳି ଲକ୍ଷଣ ୨-୩ ଦିନରୁ ସପ୍ତାହ ଧରି ଦେଖାଯାଏ । ପୁଣେରେ ଜିବିଏସ୍‌ ମାମଲା ବଢ଼ିବାର କାରଣ କେମ୍ପିଲୋବ୍ୟାକ୍ଟର ଜେଜୁନି । ଏହା ଏକ ପ୍ରକାର ଜୀବାଣୁ । ଏହା ମୁଖ୍ୟତଃ ଅପରିଷ୍କାର କୁକୁଡ଼ା ମାଂସ, ଡାଏରୀ, ଦୂଷିତ ଜଳ ସେବନ କରିବା ଦ୍ୱାରା ଲୋକଙ୍କଠାରେ ସଂକ୍ରମିତ ହୋଇଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.