ନୂଆଦିଲ୍ଲୀ : ଗୋଟେପଟେ ୩ୟ ଥର ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଅଛି। ଅନ୍ୟପଟେ ପଡୋଶୀ ପାକିସ୍ତାନରେ ଏହି କଥା ଉପରେ ଆଲୋଚନା ହେଉଛି ଯେ, ଆମେ କିକ୍ରେଟରେ ଭାରତ ଠାରୁ କାହିଁକି , କେଉଁଠି ଓ କେମିତି ପଛେଇ ଯାଉଛେ। ଅହମଦ ସହଜାଦଙ୍କ ଭଳି ପୂର୍ବତନ କ୍ରିକେଟର ପାକିସ୍ତାନରେ କ୍ରିକେଟ୍‌ର ଖରାପ ଦିନ ପାଇଁ ସିଷ୍ଟମକୁ ଦୋଷାରୋପ କରିଛନ୍ତି। ଶୋଏବ ଅଖତରଙ୍କ ଭଳି ପୂର୍ବତନ ଖେଳାଳି ଭାରତ ଠାରୁ ଶିଖିବାକୁ ପରାମର୍ଶ ଦେଇଛନ୍ତି। ଟି-୨୦ ବିଶ୍ୱକପ୍‌କୁ ନେଇ ଚର୍ଚ୍ଚା ମଧ୍ୟରେ ଜଣେ ଯୁବ ପାକିସ୍ତାନୀ ଖେଳାଳି ଖୁବ୍ ବ୍ୟଥିତ ହୃଦୟରେ ପାକିସ୍ତାନ କ୍ରିକେଟ୍‌କୁ ଛାଡ଼ିବାକୁ ଘୋଷଣା କରି ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସେ ପାକ୍ କ୍ରିକେଟ୍‌ରେ ଦୁର୍ନୀତି , ରାଜନୀତି ଓ ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ତିନି ମ୍ୟାଚରେ ଖୋଲି ପାରିଲେନି ଖାତା, ଅଭିଷେକ କହିଲେ ଫାଇନାଲରେ ଅର୍ଦ୍ଧଶତକର ଗୁମର

ସିୟାଲକୋଟର ୨୪ବର୍ଷିୟ କ୍ରିକେଟର ଶାହଜାୟବ ଭଟ୍ଟି ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଘୋଷଣା କରିଛନ୍ତି ଯେ, ସେ ପାକିସ୍ତାନ କ୍ରିକେଟକୁ ଛାଡ଼ିବାକୁ ଯାଉଛନ୍ତି। ଭଟ୍ଟିଙ୍କର ଜନ୍ମ ସିୟାଲକୋଟ୍‌ରେ ହୋଇ ଥିଲା। ସେ ପାକିସ୍ତାନ କ୍ରିକେଟର ଜଣେ ଉଦୀୟମାନ ଷ୍ଟାର ଥିଲେ।

ଶାହଜାୟବ ଭଟ୍ଟି କାୟଦେ ଆଜମ ଟ୍ରଫି ୨୦୨୪-୨୫ର ଫାଇନଲରେ ସିୟାଲକୋଟ ରିଜନର ପେଶାବର ରିଜନରେ ଗୋଟିଏ ୱିକେଟ୍‌ରେ ରୋମାଞ୍ଚକର ବିଜୟର ବଡ଼ ଭୂମିକା ତୁଳାଇ ଥିଲେ। ସେ ଅପରାଜେୟ ୩୨ ରନ୍ କରି ନିଜର ଟିମ୍‌କୁ ଏକ ୱିକେଟ୍‌ରେ ନାଟକୀୟ ବିଜୟ ଦେଇଥିଲେ।

ଭଟ୍ଟିଙ୍କର ଅଭିଯୋଗ ଯେ, ତାଙ୍କର ଅନେକ ପ୍ରଦର୍ଶନ ପରେ ମଧ୍ୟ ତାଙ୍କୁ ବାରମ୍ୱାର ପାର୍ଶ୍ୱରେ ରଖାଯାଇଛି। ତାଙ୍କୁ ପ୍ରାୟ ୪୦ଟି ମ୍ୟାଚ୍‌ରେ ଚୌକିରେ ବସାଇ ଦିଆ ଯାଇଥିଲା। ଯୁବ କ୍ରିକେଟର ଜଣଙ୍କ ଦୁଃଖିତ ମନରେ ଖୁଲାସା କରିଛନ୍ତି ଯେ,ତାଙ୍କର ସ୍ୱପ୍ନ ପାକିସ୍ତାନର ପ୍ରତିନିଧିତ୍ୱ କରିବା ଥିଲା , କିନ୍ତୁ ଡୋମେଷ୍ଟିକ୍ ଷ୍ଟ୍ରକଚରର ବାସ୍ତବିକତା ତାଙ୍କୁ କ୍ରିକେଟ୍‌କୁ ଅଲବିଦା କହିବା ପାଇଁ ବାଧ୍ୟ କରି ଦେଇଛି।

ଭଟ୍ଟି ଏକ୍ସରେ ପୋଷ୍ଟ କରିଛନ୍ତି – ଅଲବିଦା ପାକିସ୍ତାନ କ୍ରିକେଟ୍। ୨୪ ବର୍ଷ ବୟସରେ ମୁଁ ପାକିସ୍ତାନ କ୍ରିକେଟ୍‌କୁ ଛାଡ଼ୁଛି। ଗତ ବର୍ଷ ମୁଁ କାୟଦେ ଆଜମ ଫାଇନାଲ ଜିତାଇ ଥିଲି , ଯାହା ଟିଭିରେ ଲାଇଭ୍ ଦେଖାଯାଇ ଥିଲା। ସେବେ ଠାରୁ ନେଇ ଏବେସୁଦ୍ଧା ବାରମ୍ୱାର ପ୍ରାୟ ୪୦ଟି ମ୍ୟାଚରେ ମୋତେ ବେଞ୍ଚରେ ବସା ଗଲା। ମୋର ଏକମାତ୍ର ସ୍ୱପ୍ନ ପାକିସ୍ତାନର ପ୍ରତିନିଧିତ୍ୱ କରିବା , କିନ୍ତୁ ରାଜନୀତି , ଦୁର୍ନୀତି , ମୌଳିକ ସୁବିଧାର ଅଭାବ ମୋର ଏବଂ ଆହୁରି ଅନେକଙ୍କ କ୍ୟାରିୟର ନଷ୍ଟ କରି ଦେଇଛି। ଏବେ ମୁଁ ଜାଣୁଛି କାହିଁକି ଯେକେହି ପାକିସ୍ତାନ କ୍ରିକେଟ୍‌କୁ ଛାଡ଼ୁଛନ୍ତି। ଅଲବିଦା।