ପାଟନା: ବିହାର ନିର୍ବାଚନ ମଧ୍ୟରେ ଆରଜେଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ୨୭ ନେତାକୁ ବହିଷ୍କାର କରିଛି ଆରଜେଡି । ସେମାନଙ୍କ ମଧ୍ୟରେ ରିତୁ ଜୟସ୍ବାଲ ସାମିଲ ଅଛନ୍ତି । ସେ ପ୍ରଥମେ ଆରଜେଡି ବିରୋଧରେ ସାମ୍ନାକୁ ଆସିଥିଲେ ।ବିହିଷ୍କୃତ ନେତମାନଙ୍କ ମଧ୍ୟରେ ବିଧାୟକ, ଏମଏଲସି, ପୂର୍ବତନ ବିଧାୟକ ଏବଂ ପୂର୍ବତନ ପ୍ରାର୍ଥୀ ରହିଛନ୍ତି । 
 
ଆରଜେଡିରୁ ବହିଷ୍କୃତ ୨୭ ନେତା:
 ଛୋଟେ ଲାଲ ରାୟ, ବିଧାୟକ
ରିତୁ ଜୟସ୍ବାଲ
ରାମପ୍ରକାଶ ମହତୋ, ପୂର୍ବତନ ବିଧାୟକ
ଅନୀଲ ସାହାନୀ, ପୂର୍ବତନ ବିଧାୟକ
ସରୋଜ ଯାଦବ, ପୂର୍ବତନ ବିଧାୟକ
ମଣେଶ ଭାରତୀ, ପୂର୍ବତନ ଏମଏଲସି
କାମରାନ, ବିଧାୟକ
ଅନୀଲ ଯାଦବ, ପୂର୍ବତନ ବିଧାୟକ
ଅକ୍ଷଲ ଲାଲ ଯାଦବ, ପୂର୍ବତନ ପ୍ରାର୍ଥୀ
ରାମ ସଖା ମହତୋ, ଜିଲ୍ଲା ସାଧାରଣ ସଂପାଦକ
ଅବିନାଶ କୁମାର, ରାଜ୍ୟ ପରିଷଦ ସଦସ୍ୟ
ଭଗତ ଯାଦବ
ମୁକେଶ ଯାଦବ
ସଂଜୟ ରାୟ, ଜିଲ୍ଲାର ସାଧାରଣ ସଂପାଦକ
କୁମାର ଗୌରବ, ଏସଟି ସେଲ ଉପାଧ୍ୟକ୍ଷ
ରାଜୀବ କୁଶଓ୍ବା
ମହେଶ ପ୍ରସାଦ ଗୁପ୍ତା, ଜିଲ୍ଲା ସଭାପତି, ବିଜନେସ୍ ସେଲ୍ 
ଭାକିଲ ପ୍ରସାଦ ଯାଦବ 
ପୁଣମ୍ ଦେବୀ ଗୁପ୍ତା, ମହିଳା ସେଲ୍ ଜିଲ୍ଲା ସଭାପତି 
ସୁବୋଧ ଯାଦବ
 ସୁରେନ୍ଦ୍ର ପ୍ରସାଦ ଯାଦବ
ନୀରଜ ରାୟ
ଅନୀଲ ଚନ୍ଦ୍ର କୁଶଓ୍ବା
ଅଜିତ ଯାଦବ
ମୋତି ଯାଦବ
ରାମନରେଶ ପାସଓ୍ବାନ
ଅଶୋକ ଚୌହାନ

ରାଷ୍ଟ୍ରୀୟ ଜନତା ଦଳର ବିହାର ସଭାପତି ମଙ୍ଗନି ଲାଲ ମଣ୍ଡଳ ବହିଷ୍କାର ପତ୍ରରେ ଲେଖିଛନ୍ତି, ‘ଦଳ ବିରୋଧୀ ଆଚରଣ, କାର୍ଯ୍ୟକଳାପ ଏବଂ ପ୍ରତିକୂଳ ସକ୍ରିୟ କାର୍ଯ୍ୟକଳାପ ବିଷୟରେ ପ୍ରାପ୍ତ ସୂଚନା ଆଧାରରେ ଉପରୋକ୍ତ ନେତା/କର୍ମୀମାନଙ୍କୁ ରାଷ୍ଟ୍ରୀୟ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଛଅ ବର୍ଷ ପାଇଁ ବହିଷ୍କାର କରାଯାଉଛି।’