ଖଇରା,୧୩/୧୧ : ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ୍ । ଫଳରେ ଡ଼୍ରାଇଭର ଗୁରୁତର । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଗଣ୍ଡିବେଡ଼ -ଔପଦା ରାସ୍ତା ଶରସତିଆ ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, ନିକଟସ୍ଥ ଗୌର ଗୋପାଳ ସ୍କୁଲ ଭ୍ୟାନ ପିଲାମାନଙ୍କୁ ଆଣିବାକୁ ଔପଦା ଯିବା ସମୟରେ ଭ୍ୟାନଟି ରାସ୍ତା ତଳକୁ ଓଲଟି ପଡିଥିଲା ।ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିବା ବେଳେ ତାଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।