ତିଳେଶ୍ୱର,୦୨/୧୧: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାରକୁ ଧକ୍କା ଦେଲା ଟ୍ରକ୍ । ଫଳରେ ୩ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ମୁତାବକ, ୫୭ନଂ ଜାତୀୟ ରାଜପଥ ଦେଇ ଭୁବନେଶ୍ୱରରୁ ବରଗଡ଼ ଅଭିମୁଖେ ଏକ କାରରେ ଯାତ୍ରୀମାନେ ଯାଉଥିଲେ । ସେହି ସମୟରେ ପୁରୁଣାକଟକ କଲେଜ ନିକଟରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ୩ଜଣ ଯାତ୍ରୀ ଗୁରୁତର ହୋଇ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସମସ୍ତେ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳର ବୋଲି ସୂଚନା ମିଳିଛି । ସେପଟେ ଟ୍ରକ୍ ନେଇ ଚାଳକ ଫେରାର ଥିବାବେଳେ ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।