ଜହ୍ନାପଙ୍କ,୧୮।୨: ବୌଦ୍ଧ ଜିଲ୍ଲା ଫୁରୁଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗଛକୁ ଧକ୍କା ଦେଇ ବାଇକ ଦୁର୍ଘଟଣାଗ୍ରସ୍ତ । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଦୁଇ ଜଣ ବିରିଗଡ ଗ୍ରାମର ବାବୁଲି ନାଏକ ଓ ଜହ୍ନାପଙ୍କ ଗ୍ରାମର ସପ୍ତେଶ୍ୱର ଅମାତ ବୋଲି ଜଣାପଡିଛି।
ଆହୁରି ପଢନ୍ତୁ-ରାଇସ୍ ମିଲ୍ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସମ୍ପର୍କୀୟଙ୍କ ଧାରଣା
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ବାବୁଲି ନାଏକ ଓ ସପ୍ତେଶ୍ୱର ଅମାତ ଏକ ବାଇକ ଯୋଗେ ବଘିଆପଡା ପଟୁ ବିରିଗଡ ଅଭିମୁଖେ ଯାଉଥିଲେ। ହେଲେ ଫୁରୁଡା ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତାକଡର ଏକ କଦମ୍ବ ଗଛକୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ। ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ଉଭୟଙ୍କୁ ବୌଦ୍ଧ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।