ଦିଗପହଣ୍ଡି,୦୪/୦୧: ଗଞ୍ଜାମ ଦିଗପହଣ୍ଡି ଝାଟିପିଟିଆ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା। ମିନି ବସ୍ ସହ ପିକ୍ଅପ୍ ଭ୍ୟାନ ଧକ୍କା। ଫଳରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଯାଉଥିବା ବେଳେ ଦିଗପହଣ୍ଡି ଝାଟିପିଟିଆ ଗାଁରେ ପିକ୍ଅପ୍ ଭ୍ୟାନ ସହ ବସଟି ଧକ୍କା ହୋଇଥଲା। ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବସ୍ ଚାଳକକୁ ଅଟକ ରଖିଥିବା ସୂଚନା ମିଳିଛି।