ଝାରସୁଗୁଡ଼ା,୧୦/୦୮:ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡ଼ରକୁ ପିଟିଲା କାର୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟ ୩ ଜଣ ଡ଼ିଏଭି ସ୍କୁଲ ଛାତ୍ର ଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଝାରସୁଗୁଡା ଡିଏଭି ସ୍କୁଲର ତିନି ଜଣ ଛାତ୍ର ବାଲେଶ୍ୱରରେ କ୍ଳସ୍ତର ସ୍ତରୀୟ ଖୋ ଖୋ ଖେଳିବାକୁ ଯାଇ ଆସିଥିବାରୁ ତାଙ୍କୁ ରେଲୱେ ଷ୍ଟେସନରେ ସ୍ୱାଗତ କରାଯାଇଥିଲା। ଏହାପରେ ଏକ କାର ଯୋଗେ କ୍ରିଷ୍ଣା ଯାଦବ, ଉମିତ ଓରାମ, ମେଘନାଦ ଓରାମ ଙ୍କ ସମେତ ସେମାନଙ୍କର ୩ ଜଣ ସାଙ୍ଗ ବୁଲିବାକୁ ଯାଇଥିଲେ। ସେମାନେ ସୁନାରୀମୁଣ୍ଡାରୁ ଝାରସୁଗୁଡା ସହର ପଟକୁ ଆସୁଥିବା ବେଳେ ହୋଟେଲ ଉତ୍କଳ କଣ୍ଟିନେଟାଲ ପାଖରେ ଥିବା ଏକ ଡିଭାଇଡରରେ କାରଟି ପିଟି ହୋଇଥିଲା। ଏନେଇ ସ୍ଥାନୀୟ ଲୋକେ ଓ ଟାଉନ ଥାନା ପୁଲିସ ସହାୟତାରେ ସେମାନଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ କ୍ରିଷ୍ଣା ଓରାମ ଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଅନ୍ୟ ସମସ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ତେବେ ମୃତ କ୍ରିଷ୍ଣା,ଆହତ ଉମିତ ଓ ମେଘନାଦ ବଡ଼ମାଳ ଅଞ୍ଚଳର ବୋଲି ଜଣା ପଡ଼ିଥିବା ବେଳେ ବାକି ୩ ଜଣଙ୍କ ପରିଚୟ ମିଳି ପାରିନାହିଁ।