ଜାମଗାଁ,୧୧/୦୯: ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଟୋଲଗେଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗୋଚାଲାଣ କରୁଥିବା ଏକ ସ୍କର୍ପିଓ ଧକ୍କାରେ ଟୋଲଗେଟ କର୍ମଚାରୀ ମୃତ। ମୃତ କର୍ମଚାରୀ ଜଣକ କଦମଡ଼ିହି ଗ୍ରାମର ଅନୀଲ କୁମାର ପଟେଲ ବୋଲି ଜଣାପଡିଛି । ତେବେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନାର ପରିସ୍ଥିତି ଦେଖାଦେଇଛି । ଏନେଇ ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅନିଲଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେପଟେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ପୁଲିସ ଜବତ କରିବା ସହିତ ୬ ଟି ଗୋରୁ ଉଦ୍ଧାର କରିଛି। ହେଲେ ଗୋରୁ ଚାଲାଣ କରୁଥିବା ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି । ଏନେଇ ଖବର ପାଇ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ, ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।