ଝୁମ୍ପୁରା,୧୬/୦୯: କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ରଜାବସା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ହାଇଓ୍ୱା। ଗାଡ଼ି ତଳେ ଚାଳକ ଚାପି ରହିଥିବା ଜଣାପଡ଼ିଛି । ଏନେଇ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ସୂଚନା ମୁତାବକ,ସୋମବାର ବିଳମ୍ବିତ ରାତିରେ ଏକ ହାଇଓ୍ବା ଝୁମ୍ପୁରା ଆଡୁ ରିମୁଳି ଅଭିମୁଖେ ଯାଉଥିଲା। ସେହି ସମୟରେ ଗାଡ଼ିଟି  ଭାରସାମ୍ୟ ହରାଇ  କାଶିଆ ନାଳ ପୋଲ ଉପରୁ ତଳକୁ ଖସିପଡ଼ିଥିଲା । ଏନେଇ ଖବରପାଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାକୁ ୮ଘଣ୍ଟା ବିତିଯାଇଥିଲେ ମଧ୍ୟ  ଗାଡିର ଚାଳକଙ୍କୁ ଏପର୍ଯ୍ୟନ୍ତ ପାଣି ଭିତରୁ ଉଦ୍ଧାର କରାଯାଇ ପାରିନଥିବା ଜଣାପଡିଛି ।