ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Published By : Anindita Ratha | June 25, 2025 9:25 AM

ବେଲବାହାଳୀ,୨୫/୦୬: ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଯାଜପୁର ରୋଡ ପଟୁ କେନ୍ଦୁଝରକୁ ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । 

ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହସନପୁର ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଯାଜପୁର ରୋଡ୍ ପଟୁ କେନ୍ଦୁଝର ଯିବା ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଇଛି ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସାଇଁକୁଳ ମେଡିକାଲ ପରେ ଆନନ୍ଦପୁର ଉପଖଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ସାଇଁକୁଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହାସନପୁର ଟୋଲ୍ ଗେଟ୍ ନିକଟରେ ରାସ୍ତା ଉପରେ ବେଆଇନ ଭାବେ ଲୁହାପଥର ବୋଝେଇ ଟ୍ରକ୍ ପାର୍କିଂ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.