ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ପିଟିଲା ଚିପ୍ସ ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ

Published By : Anindita Ratha | April 9, 2025 8:48 AM

ଖନ୍ତାପଡ଼ା,୦୯/୦୮: ଭାରସାମ୍ୟ ହରାଇ ଡ଼ିଭାଇଡ଼ରକୁ ପିଟିଲା ଚିପ୍ସ ବୋଝେଇ ହାଇୱା । ଅଳ୍ପକେ ବର୍ତ୍ତିଲେ ଗାଡ଼ି ଚାଳକ । ତେବେ ଖନ୍ତାପଡ଼ା  ଥାନା ଅଧୀନ ପଣପଣା ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ ହୋଟେଲ ମୋନାଲି ନିକଟରେ ଏହି ଘଟଣା ଘଟିଛି । 

ସୂଚନା ମୁତାବକ, ଆଜି ଭୋର ସମୟରେ ସୋର ଆଡୁ ବାଲେଶ୍ୱର ଅଭିମୁଖେ  ଏକ ୧୬ ଚକିଆ ହାଇୱା ଗାଡ଼ି ନମ୍ବର ଓଡି୦୪ଟି୨୧୨୨ ଚିପ୍ସ ବୁଝେଇ କରି ଯାଉଥିଲା । ସେହି ସମୟରେ ଚାଳକର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ୱରେ ଲାଗିଥିବା ଡିଭାଇଡ଼ରକୁ ଧକ୍କା ଦେଇଥିଲା। ଫଳରେ ଗାଡିଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଗାଡି ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ-ମଦ ପିଇବାକୁ ଯାଇ ଫେରିଲେନି ଯୁବକ, ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

 ତେବେ ବର୍ତ୍ତମାନ ଯାଏଁ ଚାଳକଙ୍କ ନାମ ଓ ଠିକଣା ଜଣାପଡି ନଥିବା ବେଳେ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏଥିସହ ଗାଡି ଚାଳକଙ୍କୁ  ଘଟଣା ବାବଦରେ ପଚରାଉଚରା କରୁଥିବା ଜଣା ପଡିଛି। ଦୁର୍ଘଟଣା ରେ କାହାରି କୌଣସି କ୍ଷତି ହୋଇନଥିବା ଜଣା ପଡିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.