କୋରାପୁଟ,୨୫/୦୯: କୋରାପୁଟ ଜିଲ୍ଲା ନାରାୟଣପାଟଣା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଗାଦାବା ଗୁଡା ଗ୍ରାମର ଅଭି ମିଣିଆକା ଓ ଶରତ ତାଡିଙ୍ଗି ଥିବା ଜଣାପଡିଛି ।
ସେପଟେ ଆହତ ହୋଇଥିବା ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନାରାୟଣପାଟଣାରେ ଭର୍ତ୍ତି କରାଯାଇଛି। ସେଥି ମଧ୍ୟରୁ ୩ଜଣଙ୍କ ପରିସ୍ଥିତି ସଙ୍କଟାପନ୍ନ ରହିଥିବା ବେଳେ ଏନେଇ ସେମାନଙ୍କୁ ସ୍ଥାନୀୟ ମେଡିକାଲ ଆମ୍ବୁଲାନ୍ସ ଦ୍ୱାରା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୋଟିଏ ବାଇକରେ ୪ଜଣ ଥିବାବେଳେ ଅନ୍ୟ ବାଇକରେ ଦୁଇଜଣ ଥିଲେ। ତେବେ କିପରି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ।