ମାଲକାନଗିରି - ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ( ଶୁକ୍ରବାର) ମାଲକାନଗିରି ସଦର ୩୨୬ ନମ୍ବର ଜାତୀୟ ରାଜପଥ ସାମ୍ବାବୟାଗୁଡା ସ୍ଥିତ ଜୟପାଲ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏକ ପିକଅପ୍ ଭ୍ୟାନ ମାଲକାନଗିରି ସଦର ଆଡ଼କୁ ଆସୁଥିବା ବେଳେ ବାଇକ୍ ଚାଳକ ଜଣକ ଦ୍ରୁତ ଗତିରେ ଯାଇ ପିକଅପ୍ ଗାଡ଼ିକୁ ଧକ୍କା ଦେଇଥିଲେ , ଯାହା ଦ୍ୱାରା ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟ ହୋଇ ଥିଲା।
ବାଇକ୍ ନଂ ଓଡି୩୦ସି ୮୩୬୮ର ଦୁର୍ଘଟଣା ଖବର ମାଲକାନଗିରି ଥାନା ପୁଲିସକୁ ମିଳିବା ପରେ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ, ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ଜବତ କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମୃତକ ବ୍ୟକ୍ତିଙ୍କ ପରିଚୟ ମିଳି ନାହିଁ ଏବଂ ଏପର୍ଯ୍ୟନ୍ତ କେହି ମାଲକାନଗିରି ଥାନାରେ ଅଭିଯୋଗ କରିନଥିବା ପୁଲିସରୁ ସୂଚନା ମିଳିଛି।