ସତ୍ୟବାଦୀ,୧୦/୧୨: ପୁରୀ ଜିଲ୍ଲା କଣାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୃଦ୍ଧାଙ୍କ ଉପରେ ଚଢ଼ିଗଲା ହାଇୱା ଟ୍ରକ ।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, କଣାସ ବ୍ଲକ କାତପଡା କେନାଲ ବନ୍ଧରେ ଛକ ଦେଇ ଘୋରଡ଼ିଆ ଅଭିମୁଖେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଏକ ସ୍କୁଟିରେ ଯାଉଥିଲେ । କିନ୍ତୁ ବାଟରେ ହାଇଓ୍ୱା ଗାଡିକୁ ଦେଖି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଆଗପଟୁ ହାଇୱା ଟ୍ରକ ତାଙ୍କୁ ଧକ୍କା ଦେଇ ବୃଦ୍ଧା ମହିଳାଙ୍କ ମୁଣ୍ଡ ଉପରେ ହାଇୱା ଟ୍ରକ ଚଢ଼ିଯାଇଥିଲା । ଏନେଇ ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା। ହେଲେ ବାଟରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି ।