ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ତୁଳସୀ ଗଣନାଟ୍ୟର ଅଭିନେତା ଅଶ୍ୱିନୀ କୁମାର

Published By : prameya | April 15, 2025 1:13 PM

ସିମୁଳିଆ,୧୫/ ୦୪ :  ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ତୁଳସୀ ଗଣନାଟ୍ୟର ଅଭିନେତା ଅଶ୍ୱିନୀ କୁମାର।  ଯାତ୍ରା ସାରି ଘରକୁ ଫେରୁଥିବା ସମୟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ଅଶ୍ୱିନୀଙ୍କ କାର । ଯାହା ଫଳରେ ଅଶ୍ୱିନୀ ସାମାନ୍ୟ ଆହତ ହୋଇଥିବା ବେଳେ କାର ଡ୍ରାଇଭରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ତୁଳସୀ ଯାତ୍ରା ଅଭିନେତା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଯାତ୍ରା ସାରି ଭୁବନେଶ୍ୱର ଅଭିମୁଖେ ନିଜ ଘରକୁ ଫେରୁଥିଲେ । ସେହି ସମୟରେ   ସିମୁଳିଆ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥ ତାରିଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବାଲେଶ୍ୱର ଆଡ଼କୁ ଦୁଇଟି ଟ୍ରକ ଯାଉଥିବା ବେଳେ ଗୋଟିଏ ଅନ୍ୟଟିକୁ ଅତିକ୍ରମ କରୁଥିଲା । ଆଉ ଏହି ସମୟରେ ଅଭିନେତା ଅଶ୍ୱନିଙ୍କ କାର ଓ ଟ୍ରକ ମଧ୍ୟରେ ମୁହିଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଅଭିନେତା ଓ କାର୍ ଡ଼୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି । ତେବେ ଉଭୟଙ୍କୁ ୧୦୮  ଆମ୍ବୁଲାନ୍ସ ସାହାଯ୍ୟରେ ପ୍ରଥମେ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା  । କିନ୍ତୁ ସେଠାରେ କାରର ଡ୍ରାଇଭର ସୋମନାଥ ଦାଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର କିମସ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।  

ତେବେ ବର୍ତ୍ତମାନ ଯାତ୍ରା କଳାକାର ଅଶ୍ୱିନୀ ସୁସ୍ଥ ଥିବାର ଜଣାପଡ଼ିଛି ।  ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ପ୍ରକାଶ ଥାଉକି, ୧୬ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଛି। ତେଣୁ ସେହି ରାସ୍ତାକୁ ୱାନ ୱେ କରାଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବାର ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.