ବିନିକା,୧୯/୧୧ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ନିକଟରେ ଦୁର୍ଘଟଣା। ଟ୍ରକ ଧକ୍କାରେ ବୃଦ୍ଧ ମୃତ। ମୃତ ବୃଦ୍ଧ ଜଣକ ସିଂଘିଯୁବାର ପୁରୋତ୍ତମ ନେପାକ ବୋଲି ଜଣାପଡିଛି। ସୂଚନା ମୁତାବକ, ଆଜି ସକାଳୁ ବୃଦ୍ଧ ପୁରୁଷୋତ୍ତମ ଘରୁ ବାହାରି ଆସୁଥିବା ବେଳେ ଜାତୀୟ ରାଜପଥ ୧୨୬-ଏ ସିଂଘିଯୁବାରେ ରାମପୁର ପଟରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ଏନେଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଟ୍ରକକୁ ଅଟକ ରଖିଥିବା ବେଳେ ସ୍ଥାନୀୟଅଞ୍ଚଳରେ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।