ବେଦବ୍ୟାସ,୧୭/୧୦:ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସର କଲୁଙ୍ଗା ଶିଳ୍ପାଞ୍ଚଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ଗାଡ଼ି ଧକ୍କାରେ ମହିଳା ଶ୍ରମିକ ମୃତ। ମୃତ ମହିଳା ଜଣକ ମୀନା ଚନ୍ଦନ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ,ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଉକ୍ତ ଥାନା ଅଧୀନର ମୀନା ସାଇକଲ ଯୋଗେ କଲୁଙ୍ଗା ଶିଳ୍ପାଞ୍ଚଳକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ। ଅପରପକ୍ଷେ ବେଦବ୍ୟାସରୁ ୮ଜଣ ବ୍ୟକ୍ତିଙ୍କୁ ନେଇ ଏକ ବୋଲେରୋ କଲୁଙ୍ଗା ଅଞ୍ଚଳକୁ ଆସୁଥିଲା। ଏହି ସମୟରେ ଶିଳ୍ପାଞ୍ଚଳ ଛକରେ ବୋଲେରଟି ଅଚାନକ ଉକ୍ତ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ସେପଟେ ସୂଚନାପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ଏଥିସହ ପୁଲିସ ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖିଛି। ଅନ୍ୟପଟେ ଦୁର୍ଘଟଣା ପରେ ଚାଳକ ଫେରାର ଥିବା ବେଳେ ପୁଲିସ ଗାଡ଼ି ଅଟକ ରଖି ତଦନ୍ତ ଚଳାଇଛି।