ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବିରେ ଜାତୀୟ ରାଜପଥ ଅବରୋଧ

Published By : Prameya | December 3, 2024 12:17 PM

କୋକସରା, ୦୩/୧୨ : ଜଳସେଚନ ଦାବିରେ ଜାତୀୟ ରାଜପଥ ଅବରୋଧ। ରାସ୍ତାକୁ ଓହ୍ଲାଇଲା କୃଷକ ମଞ୍ଚ। ମଙ୍ଗଳବାର ସକାଳ ୬ଟାରୁ କୋକସରା ବ୍ଲକ ମୋଟେର ଛକ ୨୬ନଂ ଜାତୀୟ ରାଜପଥରେ ସଚେତନ କୃଷକ ମଞ୍ଚ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜୟପାଟଣା, କୋକସରା ଓ ଧର୍ମଗଡ ବ୍ଲକର ପାଖାପାଖି ୨୬ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ଦାବିରେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। 

ସୂଚନାନୁଯାୟୀ, ଚଳିତ ବର୍ଷ ଜଳଭଣ୍ଡାରରେ ଜଳସ୍ତର କମ୍ ଥିବା ଦର୍ଶାଇ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ରବି ଚାଷ ପାଇଁ ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯାହାକୁ ପ୍ରତିବାଦ କରି ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣାରୁ ଜୟପୁର ଓ ମୁଖୀଗୁଡା ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି। ଘଟଣାସ୍ଥଳରେ କୋକସରା, ଜୟପାଟଣା ତହସିଲଦାର ସମେତ କୋକସରା ପୋଲିସ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ତେବେ ଜଳସେଚନ ଦାବିରେ ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଚାଷୀ ନେତାମାନେ ଜିଦ୍‌ରେ ଅଡି ବସିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.